31.1 C
Bhubaneswar
Friday, October 18, 2024
Homeଓଡିଶାନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ, ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ

ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ, ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ

ପଦମପୁର: ଉପନିର୍ବାଚନ ଖବର ସଂଗ୍ରହ ବେଳେ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ସାମ୍ବାଦିକ। ଖବର ସଂଗ୍ରହ କରିବାକୁ ଯାଇଥିବା ନନ୍ଦିଘୋଷ ଟିଭିର ସାମ୍ବାଦିକଙ୍କୁ ବିଜେପି କର୍ମୀ ଓ ନେତାମାନେ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି। ଉପଯୁକ୍ତ ସୁରକ୍ଷା ପ୍ରଦାନ ନକଲେ ସମ୍ବାଦ ସଂଗ୍ରହ ସମ୍ଭବ ହେବ ନାହିଁ। ତେଣୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଗଣମାଧ୍ୟମ ପ୍ରତିନିଧି।

ଗତକାଲି ରାତି ପ୍ରାୟ ୧୦ଟା ବେଳକୁ ପାଇକମାଳ ଥାନାରେ ପୋଲିସ ଉପସ୍ଥିତିରେ ନନ୍ଦିଘୋଷ ଟିଭିର ବରିଷ୍ଠ ସାମ୍ବାଦିକ ଦେବହରି ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ। ଜୀବନରେ ମାରିଦେବା ଲାଗି ଥାନା ବାହାରେ ବିଜେପି କର୍ମୀ ଜଗି ରହିଥିଲେ। ଘଟଣା ସମ୍ପର୍କରେ ଦେବହରି ବେହେରା ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କୁ ଭେଟି ସାମ୍ବାଦିକଙ୍କୁ ସୁରକ୍ଷା ଦେବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking