14.1 C
Bhubaneswar
Monday, January 12, 2026
Homeଓଡିଶାବର୍ଷକରେ ୨୫.୩୭ କୋଟି ରାଜସ୍ବ ଆଦାୟ କଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ବର୍ଷକରେ ୨୫.୩୭ କୋଟି ରାଜସ୍ବ ଆଦାୟ କଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ବାରଙ୍ଗ: ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ବୁଲିଛନ୍ତି। ଏହି କାରଣରୁ ପ୍ରାଣୀ ଉଦ୍ୟାନର ଭଲ ରୋଜଗାର ହୋଇଛି। ନନ୍ଦନକାନନର ରେକର୍ଡ ପରିମାଣର ରାଜସ୍ୱ ଆଦାୟ ହୋଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି ବର୍ଷରେ ଆସିଥିବା ମୋଟ ୩୯,୫୨,୦୯୭ ପର୍ଯଟକଙ୍କ ଠାରୁ ସମସ୍ତ ଉତ୍ସରୁ ୨୫.୩୭ କୋଟି ଟଙ୍କା ନନ୍ଦନକାନନ ଇତିହାସରେ ସର୍ବାଧିକ। ପରିଦର୍ଶକ ପ୍ରବେଶ ଶୁଳ୍କ, କ୍ୟାମେରା ଓ ପାକିଂଙ୍କ ଅନ୍ୟାନ୍ୟ ବାବଦରୁ ୧୬.୩୫ ଓ ଆଉଟସୋର୍ସିଂ ସୁବିଧା ଠାରୁ ୫.୮୭ କୋଟି ଟଙ୍କା ଆଦାୟ ହୋଇଥିବା ସୂଚନା ଦିଆଯାଇଛି। ଜୀବଜନ୍ତୁ ପୋଷ୍ୟ ବାବଦକୁ ୩.୧୫ କୋଟି ରେକର୍ଡ ପରିମାଣର ଅର୍ଥ ଆଦାୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking