ନୂଆଦିଲ୍ଲୀ: ଭାରତୀୟ ଆଇଟି କମ୍ପାନୀ ଇନ୍ଫୋସସ୍ ପକ୍ଷରୁ ବିଶ୍ୱର ପୂର୍ବତନ ୧ ନମ୍ବର ଟେନିସ ଖେଳାଳି ସ୍ପେନର ରାଫେଲ ନାଦାଲଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ କରାଯାଇଛି । ନାଦାଲ ଆଗାମୀ ୩ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି । ନାଦାଲଙ୍କ କୋଚିଂ ଟିମ୍ ସହ ମିଳିତ ଆନୁକୂଲ୍ୟରେ ଇନ୍ଫୋସିସ୍ ପକ୍ଷରୁ ଏଆଇ ପାୱାରଡ୍ ମ୍ୟାଚ ଆନାଲିସିସ୍ ଟୁଲ୍ ପ୍ରସ୍ତୁତ କରାଯାଉଛି । ନାଦାଲ କୌଣସି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବାବେଳେ ଏହି ଟୁଲ୍ ସାହାଯ୍ୟରେ ତାଙ୍କ କେଚିଂ ଟିମ୍ ବିଭିନ୍ନ ସୂଚନାକୁ ଟ୍ରାକ୍ କରିପାରିବେ ବୋଲି କୁହାଯାଇଛି । ୩୭ ବର୍ଷୀୟ ନାଦାଲ ତାଙ୍କ ଟେନିସ କ୍ୟାରିୟରରେ ୨୨ଟି ଗ୍ରାଣ୍ଡସ୍ଲାମ ସମେତ ମୋଟ ୯୫ଟି ଟାଇଟଲ ଜିତିଛନ୍ତି । ୨୦୦୮ରେ ସେ ବିଶ୍ୱର ୧ ନମ୍ବର ପୁରୁଷ ଟେନିସ ଖେଳାଳିର ମାନ୍ୟତାଲାଭ କରିଥିବାବେଳେ ବର୍ତ୍ତମାନ ୧୪୦ତମ ସ୍ଥାନରେ ରହିଛନ୍ତି ।