19.1 C
Bhubaneswar
Monday, November 18, 2024
Homeଅପରାଧଫେସବୁକରେ ନାବଳିକାଙ୍କ ନଗ୍ନ ଫଟୋ ଭାଇରାଲ କରି ରୋଷେୟା ଗିରଫ

ଫେସବୁକରେ ନାବଳିକାଙ୍କ ନଗ୍ନ ଫଟୋ ଭାଇରାଲ କରି ରୋଷେୟା ଗିରଫ

ଭୁବନେଶ୍ୱର: ଜନୈକା ନାବାଳିକାଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ସେଠିରେ ନଗ୍ନ ଫଟୋ ଛାଡିବା ଅଭିଯୋଗରେ ସାଇବର ଓ ଅର୍ଥନୈତିକ ଥାନା ପୋଲିସ ହଷ୍ଟେଲର ପୂର୍ବତନ ରୋଷେୟାକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ଝାଡବନ୍ଧର ପରୀକ୍ଷିତ ନାୟକ୍ ଓରଫ୍ କାଳିଆ ଦାସ(୩୫) । ଅଭିଯୁକ୍ତର ଜାମିନ୍ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏ ନେଇ ଗତ ଜୁଲାଇ ୨୪ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା । ସୂଚନା ମୁତାବକ କେହି ଜଣେ ବ୍ୟକ୍ତି ଅଭିଯୋଗକାରୀ ନାବାଳିକାଙ୍କ ନାମରେ ଏକ ନକଲି ଫେସବୁକ୍ ଆକାଉଣ୍ଟ ଖୋଲଥିଲେ । ସେଥିରେ ତାଙ୍କର ଫଟୋକୁ ଏଡିଟ କରି, ଫେସବୁକର ଡିପିରେ ରଖିବ ସହିତ ବିଭିନ୍ନ ଲୋକଙ୍କ ପାଖକୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଫଟୋ ଓ ଲେଖା ସବୁ ପୋଷ୍ଟ କରୁଥିଲା ।

ଯଦ୍ୱାରାକି, ସେ ସାମାଜିକ ଭାବରେ ନିନ୍ଦିତ ହେବା ସହ ମାନସିକ ଭାବରେ ଭାଙ୍ଗି ପଡିଥିଲେ । ପରିବାର ଲୋକଙ୍କ ସହଯୋଗ କ୍ରମେ ଅଭିଯୋଗକାରିଣୀ ଗତ ଜୁଲାଇ ୨୪ରେ ସାଇବର୍ ଓ ଅର୍ଥ ନୈତିକ ଅପରାଧ ଥାନାରେ ଅଭିଯାଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ଫେସବୁକ୍ ଓ ହ୍ୱାଟସ-ଆପରୁ ତଥ୍ୟ ହାସଲ କଲା ପରେ ବିଭିନ୍ନ ଦିଗକୁ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତ ପରୀକ୍ଷିତ ଏହି ସବୁ କାର୍ଯ୍ୟ କରୁଛନ୍ତି । ଅଭିଯୁକ୍ତ ଦୁଇ ବର୍ଷ ପୂର୍ବରୁ ପୀଡିତା ପଢୁଥିବା ସ୍କୁଲର ହଷ୍ଟେଲରେ ରୋଷେୟା ଭାବରେ କାମ କରୁଥିଲା । ସେ ସେବେଠାରୁ ପୀଡିତାଙ୍କ ବିଷୟରେ ତଥ୍ୟ ଓ ଫଟୋ ସଂଗ୍ରହ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking