ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ବାବାଜୀ ଗୁଡା ନିକଟରେ ଏକ ଟ୍ରକରେ ଲାଗିଲା ନିଆଁ l ସୂଚନା ଅନୁଯାଇ, WB33 E 2699 ନମ୍ବର ଗାଡି ପଶ୍ଚିମବଙ୍ଗରୁ ଆଳୁ ବୋଝଇ ହୋଇ ନବରଙ୍ଗପୁରକୁ ଯାଉଥିବା ବେଳେ ବାବାଜୀ ଗୁଡା ନିକଟରେ ଏକ ହୋଟେଲରେ ଖାଇବା ପାଁଇ ଅଟକି ରହିଥିଲେ l ସେଠାରେ କିଛି ସମୟ ଗଲାପରେ ସର୍ଟସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିଲା l ତୁରନ୍ତ ଗାଡି ଡ୍ରାଇଭର ରାଇସ କୁମାର ପାନ ଓ ଗାଡିର ହେଲପର କାର୍ତିକ ରାୟ ଘଟଣା ସମ୍ପର୍କରେ ମୈଦଳପୁର ପୁଲିସକୁ ଖବର ଦେଇଥିଲେ l ଗାଡି ଭିତରେ ରୋଷେଇ ପାଁଇ ରଖିଥିବା ଛୋଟ ଗ୍ୟାସ ସିଲିଣ୍ଡରଟି ବ୍ଲାଷ୍ଟ ହୋଇଯାଇଥିଲା l ଫଳରେ ନିଆଁ ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି l ଗାଡିଟିର ଆଗ ଅଂଶଟି ସମ୍ପୂର୍ଣ ପୋଡ଼ିଯାଇଛି କିନ୍ତୁ ଡାଲାରେ ଥିବା ଆଳୁ ଅଧା ପୋଡିଯାଇଛି l ଘଟଣାସ୍ଥଳରେ ପାପଡାହାଣ୍ଡି ଅଗ୍ନିଶମ ପହଂଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ l ମୈଦଳପୁର ପୁଲିସ ପହଂଚି ସେଠାରେ ବିପରୀତ ଦିଗରୁ ଆସୁଥିବା ଗାଡିଗୁଡିକୁ ଅଟକାଇ ଥିଲେ ଓ ସୁରକ୍ଷାକୁ କଡା କଡ଼ି କରିଥିଲେ l