17.1 C
Bhubaneswar
Monday, November 18, 2024
Homeଓଡିଶାଟିକା ଅନୁପାତ ୯୫:୦୫ ହେଉ

ଟିକା ଅନୁପାତ ୯୫:୦୫ ହେଉ

ଭୁବନେଶ୍ୱର: ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତନ ପାଇଁ ଦାବି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଦାବି କରିଛନ୍ତି ମନ୍ତ୍ରୀ ନବ ଦାସ । କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବାକୁ କହିଛନ୍ତି । ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମାତ୍ର ୫ ପ୍ରତିଶତ । ତେଣୁ ଟିକା ଅନୁପାତକୁ ୯୫:୫ କରି ରାଜ୍ୟକୁ ୯୫ ପ୍ରତିଶତ ଟିକା ଦିଆଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ , ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଆଗକୁ ତୃତୀୟ ଲହର ଆସିବାକୁ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ଆଜି ପୁଣି ୩୫୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୦୨୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୨୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୬୦ ହଜାର ୧୪୨ ରହିଥିବା ବେଳେ ୩୩ ହଜାର ୧୫୬ ଜଣ ଚିକିତ୍ସିତ ହେଉଛନ୍ତି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୩୩, ବାଲେଶ୍ୱରରୁ ୨୭୧, ବରଗଡ଼ରୁ ୩୧, ଭଦ୍ରକ ୧୫୮, ବଲାଙ୍ଗୀର ୩୧, ବୌଦ୍ଧ ୩୩, କଟକ ୫୦୧, ଦେବଗଡ଼ ୮, ଢେଙ୍କାନାଳ୫୬, ଗଜପତି ୨୪, ଗଞ୍ଜାମ ୨୨, ଜଗତସିଂହପୁର ୧୪୫, ଯାଜପୁର ୨୫୬, ଝାରସୁଗୁଡ଼ା ୧୧,କଳାହାଣ୍ଡି ୨୧, କନ୍ଧମାଳ ୩୮, କେନ୍ଦ୍ରାପଡ଼ା୧୧୯, କେନ୍ଦୁଝର ୬୫, ଖୋର୍ଦ୍ଧା ୬୫୧, କୋରାପୁଟ ୬୯, ମାଲକାନଗିରି ୬୧, ମୟୂରଭଞ୍ଜ ୧୯୬, ନବରଙ୍ଗପୁର୨୨, ନୟାଗଡ଼ ୧୦୦, ନୂଆପଡ଼ା ୨୦, ପୁରୀ ୨୩୩, ରାୟଗଡ଼ା ୬୧, ସମ୍ୱଲପୁର ୧୮, ସୋନପୁର ୨୯, ସୁନ୍ଦରଗଡ଼ ୭୧ ଏବଂ ଷ୍ଟେଟ୍ ପୁଲ୍‌ରୁ ୧୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking