30.1 C
Bhubaneswar
Saturday, October 5, 2024
Homeଓଡିଶାଯୌତୁକ ଜୁଇରେ ଜଳିଗଲେ ନବ ବଧୂ

ଯୌତୁକ ଜୁଇରେ ଜଳିଗଲେ ନବ ବଧୂ

ଯାଜପୁର: ଯୌତୁକ ଜୁଇରେ ଆଉ ଜଣେ ନବ ବଧୂ । ବିବାହର ମାତ୍ର ତିନି ମାସ ପରେ ନବ ବଧୂର ମୃତ୍ୟୁ । ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଶାଶୂ ଘର ଲୋକେ ବୋହୂ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ, ଗତ ଜୁଲାଇ ମାସରେ ପଟୁଣିଆ ଗ୍ରାମର ଜଗବନ୍ଧୁ ସାହୁଙ୍କ ଝିଅ କବିତା ସହ ମିର୍ଜାପୁର ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ପୁଅ ପ୍ରଭାକରଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ତେବେ ଅଧିକ ଯୌତୁକ ଦାବି କରି ଶାଶୂ ଘର ଲୋକେ କବିତାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ।

ତେବେ ଗତକାଲି ରାତିରେ ଶାଶୂ ଓ ବୋହୂ ମଧ୍ୟରେ ଝଗଡା ହୋଇଥିଲା ବେଳେ ବିଳମ୍ବିତ ରାତିରେ କବିତା ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଶାଶୂ ଘର ଲୋକେ ଫୋନ ଯୋଗେ ବାପ ଘର ଲୋକଙ୍କୁ ଜଣାଇଥିଲେ । ଏପଟେ କବିତାକୁ ଶାଶୂ ଘର ଲୋକେ ଧର୍ମଶାଳା ଡାକ୍ତରଖାନାକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳୁ ମୃତ କବିତାଙ୍କ ପରିବାର ଲୋକେ ଧର୍ମଶାଳା ଡାକ୍ତରଖାନାରେ ପହଞ୍ଚି ଘଟଣାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ । ଏନେଇ ମୃତ କବିତାଙ୍କ ବାପା ଧର୍ମଶାଳା ଥାନାରେ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୂ ଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇଁ ଧର୍ମଶାଳା ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ବଡ଼ଚଣା ମେଡିକାଲ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking