19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶମିଆଁମାର: ୩ ହଜାର କଏଦୀ ମୁକ୍ତ

ମିଆଁମାର: ୩ ହଜାର କଏଦୀ ମୁକ୍ତ

ୟାଙ୍ଗନ: ବୌଦ୍ଧ ନବବର୍ଷ ଉପଲକ୍ଷେ ମିଆଁମାରର ସାମରିକ ଜୁନ୍ତା ସରକାର ସୋମବାର ୩ ହଜାର କଏଦୀଙ୍କୁ ରାଜକ୍ଷମା ପ୍ରଦାନ କରିବା ସହ ସେମାନଙ୍କୁ ଜେଲ୍‌ରୁ ଖଲାସ କରିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ରାଜନୈତିକ ବନ୍ଦୀ ସାମିଲ ଅଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ ୨୦୨୧ ଫେବୃଆରୀ ୧ରେ ଅଙ୍ଗ୍ ସାନ୍ ସୁ-କୀଙ୍କ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରି ମିଆଁମାରରେ ପୁଣି ସାମରିକ ଶାସନ ଲାଗୁ କରାଯାଇଥିଲା । ଏହାକୁ ନେଇ ଦେଶବ୍ୟାପୀ ପ୍ରବଳ ବିକ୍ଷୋଭ ଓ ହିଂସାକାଣ୍ଡ ଘଟିଥିଲା । ସେନା କାର୍ଯ୍ୟାନୁଷ୍ଠାନରେ ସହସ୍ରାଧିକ ଲୋକ ପ୍ରାଣ ହରାଇଥିବାବେଳେ ସୁ-କୀଙ୍କ ସମେତ ୧୭ ହଜାରରୁ ଊର୍ଦ୍ଧ୍ୱ ରାଜନେତା ଓ କର୍ମୀଙ୍କୁ ବନ୍ଦୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking