28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଖେଳୁ ଖେଳୁ ଚାଲିଗଲା କୁନି ପୁଅର ଜୀବନ

ଖେଳୁ ଖେଳୁ ଚାଲିଗଲା କୁନି ପୁଅର ଜୀବନ

ଲକ୍ଷ୍ନୌ: ଖେଳୁ ଖେଳୁ ଚାଲିଗଲା କୁନି ପୁଅର ଜୀବନ । ଶତଚେଷ୍ଟା ସତ୍ତ୍ୱେ ପୁଅକୁ ବଞ୍ଚାଇପାରିଲାନି ଦୃଷ୍ଟିବାଧିତ ମାଆ । ଏଭଳି ଏକ ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର ଜାଲୁନରେ ଉରାଇ ଥାନା ଅନ୍ତର୍ଗତ କାଂଶିରାମ କଲୋନିରୁ ସାମ୍ନାକୁ ଆସିଛି । ୧୨ ବର୍ଷ ବୟସ୍କ ଜସ୍ ଖେଳୁ ଖେଳୁ ଏକ ଫାନ୍ଦରେ ପଡ଼ିଗଲା । ତାପରେ କଷ୍ଟରେ ଚିତ୍କାର କରିବାକୁ ଲାଗିଲା । ଚିତ୍କାର ଶୁଣି ଦୃଷ୍ଟିବାଧିତ ମାଆ ରକ୍ଷା କରିବାକୁ ଦଉଡ଼ି ଆସିଲା । ହେଲେ ବିଫଳ ହେଲା । ଗତ ରବିବାର ଏହି ଘଟଣା ଘଟିଛି । କାଂଶିରାମ କଲୋନୀରେ ୫୦ ବର୍ଷୀୟ ସଂଗୀତା ନିଜ ପରିବାର ସହି ରୁହନ୍ତି । ସେ ଜନ୍ମରୁ ଦୃଷ୍ଟିବାଧିତ । ତାଙ୍କ ପୁଅ ଜସ୍ ରବିବାର ଦିନ ଭାଇ ୟଶ ଏବଂ ଭଉଣୀ ମହକ ଏବଂ ଆସ୍ଥା ସହ ଖେଳୁଥିଲା । ସେତେବେଳେ ସେମାନଙ୍କ ବାପା ଖେମ୍‌?ଚନ୍ଦ୍ର ମାର୍କେଟକୁ ଯାଇଥିବା ବେଳେ ମାଆ ସଂଗୀତା ଘରର ଅନ୍ୟ ଏକ କୋଠରୀରେ ଥିଲେ । କୁହାଯାଉଛି ଯେ ପିଲାମାନେ ଏକ ଫାଶ ତିଆରି କରି ଫାଶୀ ଲଗାଇବା ଖେଳ ଖେଳୁଥିଲେ । ଏକ ଷ୍ଟୁଲ୍ ପକାଇ ଜସ୍ ଫାଶିରେ ଚଢ଼ିଗଲା ଏବଂ ଫାଶକୁ ନିଜ ବେକରେ ପକାଇଲା ।

କିନ୍ତୁ ଅସାବଧାନତା କାରଣରୁ ଷ୍ଟୁଲଟି ଜସ୍‌ର ପାଦ ତଳୁ ଖସି ଗଲା ଏବଂ ସେ ସେହି ଫାଶୀରେ ଝୁଲି ପଡ଼ିଲା । ବେକ ଚିପି ହୋଇଯିବା କାରଣରୁ ସେ ଛଟପଟ ହେବାକୁ ଲାଗିଲା । ହେଲେ ଦୁର୍ଭାଗ୍ୟର କଥା ସେଠାରେ ଉପସ୍ଥିତ ଥିବା ଅନ୍ୟ ଭାଇଭଉଣୀମାନେ ଏହାକୁ ଜସ୍‌ର ଅଭିନୟ ବୋଲି ଭାବିଥିଲେ । କିନ୍ତୁ ଯେତେବେଳେ ଜସ ନାକ ଓ ପାଟିରୁ ରକ୍ତ ବାହାରିବା ଆରମ୍ଭ ହେଲା, ସେତେବେଳେ ଭାଇ ଭଉଣୀମାନେ ଚିତ୍କାର କରିବାକୁ ଲାଗିଲେ । ଚିତ୍କାର ଶୁଣି ଦୃଷ୍ଟିବାଧିତ ମାଆ ଦଉଡ଼ି ଆସିଲା । କିନ୍ତୁ ତାଙ୍କୁ ଦେଖାଯାଉନଥିବାରୁ ସେ ନିଜ ଛୁଆକୁ ବଞ୍ଚାଇପାରିଲେ ନାହିଁ । ସଂଗୀତା ନିଜ ପିଲାର ବେକରୁ ଫାଶ କାଟିବା ପାଇଁ ଛୁରି ଖୋଜିଥିଲେ କିନ୍ତୁ ସଠିକ୍ ସମୟରେ ସେ ତାହା ପାଇନଥିଲେ । ସାହାଯ୍ୟ ପାଇଁ ପଡ଼ୋଶୀଙ୍କୁ ନିବେଦନ କରିଥିଲେ । ସଂଗୀତାଙ୍କ ଚିତ୍କାର ଶୁଣି ପଡୋଶୀ ଧାଇଁ ଆସି ସେଠାରେ ପହଞ୍ଚିଲେ ଆଉ କୁନି ପୁଅ ବେକରୁ ଫାଶ କାଢ଼ିଲେ । ଏବଂ ତୁରନ୍ତ ତାକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କଲେ । ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking