16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶସାଙ୍ଗର କାନ କାମୁଡି ଖାଇଦେଲା ସାଙ୍ଗ

ସାଙ୍ଗର କାନ କାମୁଡି ଖାଇଦେଲା ସାଙ୍ଗ

ମୁମ୍ବାଇ: ସାଙ୍ଗର କାନ କାମୁଡି ଖାଇଦେଲା ସାଙ୍ଗ। ଏହି କଥାଟି ଆପଣଙ୍କୁ ହୁଏତ ଶୁଣିବାକୁ ଟିକେ ଅଜବ ଲାଗୁଥିବ। କାରଣ ଏମିତି କଥା ବୋଧ ହୁଏ ଆପଣ ଆଗରୁ କେବେ ଶୁଣି ନଥିବେ। ଯଦି ବା ଶୁଣିଥିବେ କେଉଁଠି ସାଙ୍ଗକୁ ହତ୍ୟା କରିଛି ସାଙ୍ଗ। ତ ଆଉ କେଉଁଠି ସାଙ୍ଗ ପାଇଁ ଜୀବନ ଦେଇଛି ସାଙ୍ଗ। ହେଲେ ସାଙ୍ଗର କାନ କାମୁଡ଼ି ଖାଇ ଦେଇଛି ସାଙ୍ଗ। ଏହି କଥାଟି ନିଶ୍ଚିତ ଭାବରେ ଟିକେ ଅଜବ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ଦୁଇ ସାଙ୍ଗ ମିଶି ଏକ ପାର୍ଟିକୁ ଯାଇଥିଲେ। ହେଲେ ସେଠାରେ ଏମିତି କ’ଣ ହେଲା ଯେ, ଜଣେ ଆଉ ଜଣେ ସାଙ୍ଗର କାନକୁ କାମୁଡ଼ି ଛିଡ଼ାଇ ପୁଣି ନିଜେ ସେହି କାନକୁ ଖାଇଦେଲା। ତେବେ ଘଟଣାଟି ହେଉଛି ମହାରାଷ୍ଟ୍ର ଥାନେର ପାଟଳିପଡା ଅଞ୍ଚଳର ଏକ ହାଉସିଂ ସୋସାଇଟିର।

କିଛି ସାଙ୍ଗ ସାଥୀ ହୋଇ ଏକ ପାର୍ଟି ସେଲିବ୍ରେସନ କରିବାକୁ ଯାଇଥିଲେ। ନାଚ ଗୀତର ଆସର ମଧ୍ୟ ଜମିଥିଲା। ସମସ୍ତେ ନିଜ ନିଜ ଦୁନିଆରେ ହଜା ଯାଇଥିଲେ। ପାର୍ଟିକୁ ମନ ଭରି ଉପଭୋଗ କରୁଥିଲେ। କିଏ ଡ୍ରିଙ୍କ୍ସ କରୁଥିଲା ତ ଆଉ କିଏ ଖାବାକୁ ଏନଜଏ କରି ଖାଉଥିଲା। ହେଲେ ହଠାତ୍ ଦୁଇ ସାଙ୍ଗଙ୍କ ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଲା। କଥା ଏତେବାଟ ବଢ଼ିଗଲା ଯେ ପୋଲିସ ମଧ୍ୟ ଏଥିରେ ହସ୍ତକ୍ଷେପ କଲା। ତେବେ ସୂଚନାନୂସାରେ, ଏହି ପାର୍ଟି ସମୟରେ ଦୁଇ ସାଙ୍ଗଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ କଥା କଟା କଟି ହୋଇଥିଲା। ଯେଉଁଥିରେ ୩୭ ବର୍ଷୀୟ ଶ୍ରବଣ ଲେଖା ଏବଂ ୩୨ ବର୍ଷୀୟ ବିକାଶ ମେନନ ସେମାନଙ୍କର ଅନ୍ୟ ବନ୍ଧୁମାନଙ୍କ ସହିତ ସାମିଲ ଥିଲେ। ସବୁକିଛି ଭଲ ଚାଲିଥିଲା।

କିନ୍ତୁ ହଠାତ୍ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା। ଯୁକ୍ତିତର୍କ ଏତେ ବଢ଼ିଗଲା ଯେ ବିକାଶ ମେନନ୍ ଉତ୍ୟକ୍ତ ହୋଇ ଉଠିଲେ। କୌଣସି ବିଚାର ନକରି ରାଗରେ ସେ ଦାନ୍ତରେ ଶ୍ରବଣ ଲେଖାଙ୍କ କାନର ଏକ ଅଂଶ କାମୁଡ଼ି ପକାଇଲେ। ଏତିକିରେ ଝଗଡା ସରି ନଥିଲା। ରାଗରେ ବିକାଶ ମେନନ୍ ଶ୍ରବଣଙ୍କର ଯେଉଁ କାନକୁ କାମୁଡି ଖଣ୍ଡିଆ କରିଦେଇଥିଲେ। ସେହି କାନକୁ ଗିଳି ଦେଲେ। ଯାହାକୁ ଉପସ୍ଥିତ ଥିବା ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପରେ ଶ୍ରବଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଲୋକେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ପରେ ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଏକ ମାମଲା ରୁଜୁ କରିଛି। କସରଭଦାବଲି ଥାନାରେ ବିକାଶ ମେନନଙ୍କ ବିରୋଧରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି। ମାମଲା ରୁଜୁ ହୋଇଥିଲେ ମଧ୍ୟ ଏଯାଏଁ ବିକାଶକୁ ଗିରଫ କରାଯାଇନାହିଁ। ଏପରି ଘଟଣା କାହିଁକି ଘଟିଲା ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଚଳାଇଛି। ଆଉ ଖୁବି ଶୀଘ୍ର ବିକାଶକୁ ଗିରଫ କରାଯିବ ବୋଲି ଜଣା ପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking