ନୂଆଦିଲ୍ଲୀ : ବଜାରରେ ସୋରିଷ ତେଲର ମୂଲ୍ୟ ଦୀର୍ଘ ସମୟ ପର୍ୟ୍ୟନ୍ତ ବଢ଼ି ରହିଥିଲା। ତେବେ ଗତ କିଛି ଦିନ ହେଲା ଲଗାତାର ମୂଲ୍ୟ ହ୍ରାସ ଏବେ ଗ୍ରାହକଙ୍କୁ ଆଶ୍ୱସ୍ଥ କରିଛି। ଉତ୍ତରପ୍ରଦେଶରେ ସୋରିଷ ତେଲର ପାଇକାରୀ ଦର ପ୍ରତି ଲିଟର ଏବେ ୧୫୪ ଟଙ୍କାରେ ବିକ୍ରି ହେଉଛି। ତେବେ ଏକ ସମୟ ଥିଲା ଯେତେବେଳେ ଲିଟରପିଛା ଦର ୨୦୦ ଟଙ୍କା ପାର କରିଯାଇଥିଲା। ଏବେ ବିହାରରେ ସୋରିଷ ତେଲ ଲିଟର ପିଛା ୧୭୫ ଟଙ୍କା ଦରରେ ମିଳୁଥିବା ଜଣାପଡିଛି। କମଡିଟି ଅନଲାଇନ ଡଟକମ ଅନୁସାରେ ୧ ସେପ୍ଟେମ୍ବର ଗୁରୁବାର ଉତ୍ତର ପ୍ରଦେଶରେ ସୋରିଷ ତେଲର ମୂଲ୍ୟ ପ୍ରତି ଲିଟର ୧୫୪ ଟଙ୍କା ଥିବା ଜଣାପଡିଛି। ତେବେ ରାଜ୍ୟରେ ଅଗଷ୍ଟ ୩୧ ତାରିଖ ଦିନ ପ୍ରତି ଲିଟର ସୋରିଷ ତେଲ ୧୭୧ ଟଙ୍କା ଦରରେ ବିକ୍ରି ହୋଇଥିଲା। କିଛି ମାସ ଆଗରୁ ଦେଶରେ ସୋରିଷ ତେଲ ଲିଟର ପିଛା ଦର ୨୧୦ ଟଙ୍କାକୁ ପହଞ୍ଚିଥିଲା। ଗତ କିଛି ସମୟ ହେଲା ଦେଶରେ ସୋରିଷର ଦର ମଧ୍ୟ ହ୍ରାସ ହୋଇଛି। ପ୍ରତି କ୍ୱିଣ୍ଟଲ ୮ ହଜାର ଟଙ୍କା ପାର କରିଯାଇଥିବା ସୋରିଷ ଏବେ ୬ହଜାରରୁ ୬୫୦୦ ଟଙ୍କା ଦରରେ କାରବାର ହେଉଛି।