ଚଣ୍ଡିଗଡ଼: ପ୍ରସିଦ୍ଧ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପାଇଁ ଏକ କୋଟି ଟଙ୍କାରେ ସଉଦା ହୋଇଥିଲା । ଏଥିରୁ ୫-୫ ଲକ୍ଷ ଟଙ୍କା ଶାର୍ପଶୁଟର୍ଙ୍କୁ ମିଳିଥିଲା । ବାକି ଅର୍ଥ ଅନ୍ୟ ସହଯୋଗୀଙ୍କୁ ପ୍ରଦାନ କରାଯାଇଛି । ମୁସେୱାଲାଙ୍କ ହତ୍ୟା ଦିନ ହତ୍ୟାକାରୀଙ୍କ ଗାଡ଼ିରେ ୧୦ ଲକ୍ଷ ଟଙ୍କା ନଗଦ ଅର୍ଥ ଥିଲା । ଏହି ଅର୍ଥ କାନାଡାରେ ଥିବା ଲରେନ୍ସ ଗ୍ୟାଙ୍ଗ୍ର ଗ୍ୟାଙ୍ଗ୍ଷ୍ଟର୍ ଗୋଲ୍ଡି ବରାର୍ ପଠାଇଥିଲା ।
ଶାର୍ପ ଶୁଟର୍ ପ୍ରିୟବ୍ରତ ଫୌଜି ଓ କଶିଶ୍କୁ ପଞ୍ଜାବ ପୁଲିସର ଜେରା ବେଳେ ଏହା ଜଣାପଡ଼ିଥିବା ଏକ ସୂତ୍ରରୁ ସୂଚନା ମିଳିଛି । ପୁଲିସ ଏବେ ସେମାନଙ୍କଠାରୁ କ୍ୟାଶ୍ ରିକଭରି ପାଇଁ ଉଦ୍ୟମ ଚଳାଇଛି । ମୁସେୱାଲାଙ୍କ ହତ୍ୟାରେ ବିଦେଶୀ ହତିଆର୍ ବ୍ୟବହାର କରାଯାଇଥିଲା । ଏହା ମଧ୍ୟରେ ଅଷ୍ଟ୍ରେଲିଆର ଗ୍ଲଗ୍ ପିସ୍ତଲ, ଜର୍ମାନୀର ହେକ୍ଲର୍ ଆଣ୍ଡ୍ କୋଚ୍ ପି-୩୦ ହ୍ୟାଣ୍ଡ୍ଗନ୍, ଷ୍ଟାର୍ ପିସ୍ତଲ, ତୁର୍କୀର ଜିଗାନା ସେମି-ଅଟୋମେଟିକ୍ ପିସ୍ତଲ ଏବଂ ଏକେ ୪୭ ଅନ୍ୟତମ । ବିଦେଶୀ ହତିଆର ବ୍ୟବହାର ପୂର୍ବରୁ ପ୍ରିୟବ୍ରତ ଫୌଜି ଓ ଅଙ୍କିତ ସିର୍ସାରେ ଏହାର ଟ୍ରେନିଂ ମଧ୍ୟ ନେଇଥିଲେ ।