27.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା; ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା; ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା । ୧୯୯୩ ମସିହାରେ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡରେ ସଜ୍ଜା ଭୋଗୁଥିବା ଦୁଇ ଅଭିଯୁକ୍ତଙ୍କୁ ମିଳିବ ଆଶ୍ୱସ୍ତି । ସେମାନଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଅନୁମତି ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଅଭିଯୁକ୍ତ ୧୫ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଜଣାପଡିଛି । ସଜ୍ଜା ଭୋଗୁଥିବା ବ୍ୟକ୍ତି ହେଲେ ବନ୍ଧୁ ଗୋରେନ ଏବଂ ରାଜେନ ଗୋରେନ । ଏନେଇ ୨୧ ଜୁଲାଇ ୨୦୧୦ମସିହାରେ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଟ୍ରାଏଲ କୋର୍ଟ । ଏହାପରେ ଏହି ୫ ଅଭିଯୁକ୍ତ ଏହି ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ତେବେ ୨୦୧୧ ମସିହାରେ ସୁରେନ୍ଦ୍ର ଗୋରେନ, ରଣଜିତ ଗୋରାଇ ଏବଂ ରାଜେନ ଗୋରେନଙ୍କ ଆବେଦନର ଶୁଣାଣି କରାଯାଇ ଏହି ପିଟିସନକୁ ଖାରଜ କରାଯାଇଥିଲା । ତେବେ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି କୋର୍ଟ ଜାଣିବାକୁ ପାଇଛନ୍ତି ଯେ, ହତ୍ୟାକାଣ୍ଡ ସମୟରେ ବନ୍ଧୁ ଗୋରେନ ଏବଂ ରାଜେନ ଗୋରେନଙ୍କ ନିକଟରେ ସେହି ସମୟରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା । ହେଲେ ସେମାନେ ହତ୍ୟାକାଣ୍ଡ ସମୟରେ ଅଭିଯୁକ୍ତଙ୍କ ସହଯୋଗୀ ଥିଲେ । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ସେମାନେ ଯୋଜନାବଦ୍ଧ ଭାବେ ମହିଳାଙ୍କର ହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।

ଏହି ମାମଲାରେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଏନେଇ ଗତ ୧୨ ତାରିଖରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, “ଉପଯୁକ୍ତ ସାକ୍ଷ ଓ ପ୍ରମାଣ ପାଇଁ ଏହି ବେଞ୍ଚ ଆଶାବାଦୀ ଥିଲା । ତେବେ ସର୍ବୋଚ୍ଚ ଅଦାଲତ ଏହି ଦୁଇ ଦୋଷୀଙ୍କୁ ୧୫ ବର୍ଷରୁ ଅଧିକ ଜେଲ୍ରେ ଥିବାରୁ ରାଜ୍ୟ ସରକାରଙ୍କ ପ୍ରଚଳିତ ନୀତି ଅନୁଯାୟୀ କ୍ଷମା ମାଗିବାକୁ ଅନୁମତି ଦେଇଛନ୍ତି ।” ନଭେମ୍ବର ୨୦୧୧ରେ, ଅନ୍ୟ ୩ ଦୋଷୀ ସୁରେନ୍ଦ୍ର ଗୋରେନ, ରଣଜିତ ଗୋରାଇ ଏବଂ ରାଜେନ ଗୋରେନଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଥିଲେ । କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଆବେଦନକାରୀମାନେ ୧୫ ବର୍ଷ ଜେଲ୍ ଦଣ୍ଡ ଭୋଗିଛନ୍ତି । ତେଣୁ ସେମାନଙ୍କୁ କ୍ଷମା ମାଗିବାକୁ ଅନୁମତି ପ୍ରଦାନ କରାଯାଉଛି । ଅଭିଯୁକ୍ତମାନେ କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କର ଦଣ୍ଡ କୋହଳ ହୋଇପାରିବ ବୋଲି ଜଷ୍ଟିସ ଅଭୟ ଏସ୍ ଓକା ଏବଂ ପଙ୍କଜ ମିଥଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking