ଯାଜପୁର: ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ୧୫ ବର୍ଷର ଗର୍ଭବତୀ ନାବାଳିକାକୁ ବାପା ମା ହତ୍ୟା କରି ପୋଡ଼ିଦେବା ଘଟଣାରେ ଅଭିଯୁକ୍ତ ବାପା ଓ ମାଙ୍କୁ ଆଜୀବନ ଶୁଣାଇଲେ ଯାଜପୁର ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ l୨୦୧୬ ମସିହାରେ ଘଟିଥିଲା ଏହି ଅଭାବନୀୟ ଘଟଣା l ନାବାଳିକା ଝିଅ ଗର୍ଭବତୀ ଥିବା ଜାଣି ହତ୍ୟା କରି ପୋଡ଼ିଦେଇଥିଲେ ବାପା ମା l ଅଭିଯୁକ୍ତ ବାପା ମା ହେଲେ ନକୁଳ ଜେନା ଓ ସଂଜୁ ଜେନା। ୩ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଆଜୀବନ କାରା ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ଆଦେଶ ଦେଇଛନ୍ତି।