ମାଲକାନଗିରି: କଥାରେ ଅଛି ଆଣ୍ଟି ଛୁରୀ ତଣ୍ଟି କାଟେ। ମାଓ ସଙ୍ଗଠନ ର ମୋହ ପାଇଁ ଭାଇ କୁ ହତ୍ୟା କଲା ଭାଇ। ଭାଇ ସାଜିଲା ଭାଇ ର ଷଡ଼ଯନ୍ତ୍ର ହତ୍ୟାକାରୀ।ମାଓ ହିଂସା ଛାଡିବାକୁ ମୁହଁ ମୋଡି ଥିବା ବଡ଼ଭାଇ ନିଜ ରାସ୍ତା ରେ ସାନ ଭାଇ କୁ ଆଣିବାକୁ ଯାଇ ନିଜ ଜୀବନ ଦେବାକୁ ପଡିଥିଲା। କିଏ ଜାଣିଥିଲା ଏହା ତା ପାଇଁ କାଳ ସାଜୀବ। ଆତ୍ମସମର୍ପିତ ମାଓ କମାଣ୍ଡର ଙ୍କୁ ହତ୍ୟାକଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ବିଜାପୁର ଜିଲ୍ଲାରେ ପୋଲିସ ଆଗରେ ଆତ୍ମସମର୍ପିତ କରିଥିବା ମାଓ ନେତା DVC କମାଣ୍ଡର ମଲ୍ଲେସ କୁ ହତ୍ୟା କଲେ ମାଓବାଦୀ। 2014 ମସିହାରେ ଆତ୍ମସମର୍ପଣ କରିଥିଲା ମଲ୍ଲେସ।ସରକାରଙ୍କର ବିକାଶ ବିକାଶ କାର୍ଯ୍ୟ ଦେଖି ଲୋକଙ୍କ ଉର୍ଣ୍ଣତି ରେ ବାଧକ ସାଜୁଥିବା ମାଓ ସଙ୍ଗଠନ ବିରୋଧରେ ପୁଣି ବନ୍ଧୁକ ଧରିଲା ମଲ୍ଲେସ।ଏଥର କିନ୍ତୁ ହିଂସା ଛାଡି ଶାନ୍ତି ପାଇଁ କାନ୍ଧରେ ବନ୍ଧୁକ ଉଠିଥିଲା। ମଲ୍ଲେସ ପୋଲିସ ଆଗରେ ଆତ୍ମସମର୍ପଣ ପରେ ଜିଲ୍ଲା ପୋଲିସ ରେ ଆଣ୍ଟି ନକ୍ସଲ ଫୋର୍ସ ରେ ଯଇନ କରାଇଥିଲା। DRG ଜବାନ ଭାବେ କାମ କରୁଥିଲା ମଲ୍ଲେସ। ଲକ୍ଷ୍ୟ ଥିଲା ନିଜ ଭଳି ସାନ ଭାଇକୁ ମାଓ ସଙ୍ଗଠନ ରୁ ମୁକୁଳାଇବ।ସେଥିପାଇଁ ଅହରହ ଉଦ୍ୟମ ଜାରି ରଖିଥିଲା।
ନିଜ ଗାଁ କୋତ୍ରାପାଲ କୁ ଯାଇଥିବା ବେଳେ 50 ରୁ ଅଧିକ ମାଓବାଦୀ ଘେରି ହତ୍ୟା କରିଥିବା ଜଣାପଡ଼ିଛି।ମଲ୍ଲେସ ସାନ ଭାଇ କୁ ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଦିର୍ଘ ଦିନ ହେବ ଚେଷ୍ଟା କରିଆସୁଥିଲା।ତେବେ ସାନ ଭାଇ ଷଡ଼ଯନ୍ତ୍ର କରି ମାଓ ସଙ୍ଗଠନ ଛାଡି ମଲ୍ଲେସ ଜରିଆରେ ଆତ୍ମସମର୍ପଣ କରିବ କହି ବଡ଼ ଭାଇ କୁ ଘରକୁ ଡାକିଥିଲା। ତେଣୁ ଏହି ଖୁସି ରେ ମଲ୍ଲେସ ଆତ୍ମହରା ହୋଇ ଘରକୁ ଟିକେ ଡେରି ରେ ଆସିବ ବୋଲି ସ୍ତ୍ରୀକୁ କହି ନିଜ ଗାଁ କୋତ୍ରାପାଲ କୁ ଚାଲିଯାଇଥିଲା।ସେ କି ଜାଣିଥିଲା ତାର ନିଜ ସାନ ଭାଇ ଏତେ ବଡ଼ ଷଡ଼ଯନ୍ତ୍ର କରିବ।ପୂର୍ବରୁ ସାନ ଭାଇ ମାଓ କମାଣ୍ଡର ମଙ୍ଗେସ କୁ ସୂଚନା ଦେଇ 50 ରୁ ଉର୍ଦ୍ଧ୍ବ ମାଓବାଦୀ ମଲ୍ଲେସ କୁ ଘେରାବନ୍ଦୀ କରିବା ସହ ଗୁଳି କରି ହତ୍ୟା କଲେ ।ଏମିତିକି ପ୍ରମାଣ ନଷ୍ଟ କରିବାପାଇଁ ମଲ୍ଲେସ ର ମୃତ ଦେହକୁ ମାଓବାଦୀ ତୁରନ୍ତ ଶବ ଦାହ କରିଦେଇଥିଲେ। ମୃତ୍ୟୁ ର ଶେଷ ସମୟ ରେ ସ୍ତ୍ରୀ ଜ୍ୟୋତି ଭିଡ଼ିଓ କଲ କରିଥିଲା। ମଲ୍ଲେସ ଡରିକି କହିଥିଲା ମୋତେ ମାଓବାଦୀ ଘେରାବନ୍ଦୀ କରି ରଖିଛନ୍ତି।ଆଉ ତାପରେ ମଲ୍ଲେସ ର ମୋବାଇଲ କଟିଗଲା।ସତରେ ଏମିତି ଭାଇ ଭଗବାନ କାହାରିକୁ ନ ଦିଅନ୍ତୁ। ପୋଲିସ ଏହି ଘଟଣା ପରେ କୁମ୍ବିଂ ଅପରେସନ କୁ ଜୋରଦାର କରିଛି।