ଭୁବନେଶ୍ବର: ପୂଜା ପୂର୍ବରୁ ସହରରେ ଗୋଷ୍ଠୀ ବିବାଦ । ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ଗୋଷ୍ଠୀ ବିବାଦରୁ ଗଡିଲା ମୁଣ୍ଡ । ନିଶା କାରବାରରେ ରୋକ ଲଗାଇବାକୁ କହିବାରୁ ଯୁବକଙ୍କୁ ହତ୍ୟା । ଆନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ସୂଚନା । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଭୁବନେଶ୍ବର ପ୍ରତିଷ୍ଠିତ ଅଞ୍ଚଳ ଭାବେ ପରିଚିତ ୟୁନିଟ ୮ ଅଞ୍ଚଳରେ ।
ନିଶା କାରାବାର ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ନାରାୟଣି ବସ୍ତିର ପି ସୁବ୍ରତ ରାଓ ଓରଫ ଚନ୍ଦୁ । ଶୁକ୍ରବାର ରାତିରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ ।