ଲକ୍ଷ୍ମୀପୁର: ଲକ୍ଷ୍ମୀପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସେମ୍ନେକୁ ଆସିଛି । ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଉଦ୍ୟମ କରାଯାଇଛି । ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ବନ୍ଧୁଗାଁ ଥାନା ଏଲେଙ୍ଗାବାଂଶା ଗାଁରେ ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ନେଇ ସୂଚନା ମିଳିଛି। ଆକ୍ରମଣ ପରେ ଅଭିଯୁକ୍ତମାନେ ଫେରାର୍ ଅଛନ୍ତି। ଘଟଣା ସ୍ଥଳରେ ପୋଲିସର ଚାଲିଛି ଛାନ୍ଭିନ୍ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।










