27.1 C
Bhubaneswar
Saturday, July 6, 2024
Homeଖେଳଏମ୍‌ଏଲ୍‌ସିରେ ଟିମ୍ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ

ଏମ୍‌ଏଲ୍‌ସିରେ ଟିମ୍ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ୍‌ର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଅନ୍ତର୍ଜାତୀୟ ଲିଗ୍‌ରେ ନିଜର ଭାଗୀଦାରୀକୁ କ୍ରମଶଃ ସମ୍ପ୍ରସାରିତ କରିଚାଲିଛି । ଚଳିତ ବର୍ଷ ଆମେରିକାରେ ପ୍ରଥମ ଥର ପାଇଁ ଟି-୨୦ ଲିଗ୍ ମେଜର୍ ଲିଗ୍ କ୍ରିକେଟ୍ (ଏମ୍‌ଏଲ୍‌ସି) ଖେଳାଯିବାକୁ ଥିବା ବେଳେ ଏଥିରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଏକ ଦଳ ଖରିଦ୍ କରିଛି । ଏହି ଦଳର ନାମ ରହିଛି ଏମ୍‌ଆଇ ନ୍ୟୁୟର୍କ । ଏ ସଂକ୍ରାନ୍ତରେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ କହିଛନ୍ତି ଯେ ଏମ୍‌ଆଇ ପରିବାରକୁ ଏମ୍‌ଆଇ ନ୍ୟୁୟର୍କ ଟିମ୍‌କୁ ସ୍ୱାଗତ କରୁଛି । ଆମେରିକାର ପ୍ରଥମ କ୍ରିକେଟ୍ ଲିଗ୍‌ରେ ଆମେ ପ୍ରବେଶ କରିବା ପରେ ଏମ୍‌ଆଇ ବିଶ୍ୱ କ୍ରିକେଟ୍‌ପ୍ରେମୀଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଉଥିବା ଏକ ଗ୍ଲୋବାଲ୍ ବ୍ରାଣ୍ଡ୍‌ରେ ପରିଣତ ହେବା ନିଶ୍ଚିତ ।

ଏହା ଏମ୍‌ଆଇ ପାଇଁ ଏକ ନୂଆ ପ୍ରାରମ୍ଭ ଓ ଏହାର ସଫଳତାକୁ ସେ ଅପେକ୍ଷା କରିଥିବା ଶ୍ରୀମତୀ ଅମ୍ବାନୀ କହିଛନ୍ତି । ଏମ୍‌ଏଲ୍‌ସିରେ ଏମ୍‌ଆଇ ନ୍ୟୁୟର୍କ ଏମ୍‌ଆଇର ପଞ୍ଚମ ଫ୍ରାଞ୍ଚାଇଜି ହେବାକୁ ଯାଉଛି । ଏହା ପୂର୍ବରୁ ଦଳ ଆଇପିଏଲ୍ ବ୍ୟତୀତ ଏସ୍‌ଏ୨୦ରେ ଏମ୍‌ଆଇ କେପ୍‌ଟାଉନ୍‌, ଆଇଏଲ୍‌୨୦ରେ ଏମ୍‌ଆଇ ଏମିରେଟ୍ସ ଓ ଡବ୍‌ଲ୍ୟୁପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ନାମରେ ଟିମ୍ ଉତାରିସାରିଛି । ଗତ ୧୬ ବର୍ଷ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ବିଭିନ୍ନ ଲିଗ୍‌ରେ ମୋଟ ୭ ଥର ଚାମ୍ପିଅନ୍ ହୋଇଛି, ଯେଉଁଥିରେ ଆଇପିଏଲ୍‌ର ୫ଟି ଟାଇଟଲ୍ ସାମିଲ୍ । ଏହାଛଡ଼ା ଦଳ ଦୁଇ ଥର ଚାମ୍ପିଅନ୍ସ ଲିଗ୍ ଟି-୨୦ରେ ମଧ୍ୟ ଚାମ୍ପିଅନ୍ ହୋଇସାରିଛି । ୨୦୦୯ଠାରୁ ଏହି ଦଳର ବ୍ରାଣ୍ଡ୍ ଭାଲ୍ୟୁରେ ୯୯ ପ୍ରତିଶତ ବୃଦ୍ଧି ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking