29.1 C
Bhubaneswar
Monday, June 24, 2024
Homeଦେଶ ବିଦେଶମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଭାପତି ଆମୋଲ କାଲେଙ୍କ ଦେହାନ୍ତ

ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଭାପତି ଆମୋଲ କାଲେଙ୍କ ଦେହାନ୍ତ

ମୁମ୍ବାଇ : ପାକିସ୍ତାନ ମ୍ୟାଚ ଦେଖିବାକୁ ଯାଇ ଆମେରିକାରେ ଚାଲିଗଲା ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଭାପତି ଆମୋଲ କାଲେଙ୍କ ଜୀବନ । ମ୍ୟାଚ୍‌ ଦେଖିବା ପରେ ହୃଦଘାତ ଆସିବାରୁ କାଲେଙ୍କ ମୃତ୍ୟୁ ହୋଇଛି । ନ୍ୟୁୟର୍କରେ ତାଙ୍କର ଦେହାନ୍ତ ହୋଇଥିଲା । ଏମ୍‌ସିଏ ନର୍ବାଚନରେ ପୂର୍ବତନ ଭାରତୀୟ କ୍ରିକେଟର ସନ୍ଦୀପ ପାଟିଲଙ୍କୁ ପରାସ୍ତ କରିବା ପରେ ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା । ଆମେରିକାର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ରବିବାର ଭାରତ-ପାକିସ୍ତାନ ମ୍ୟାଚ ଖେଳାଯାଇଥିଲା । ଏହି ରୋମାଞ୍ଚକର ମୁକାବିଲା ଦେଖିବାକୁ ଅମୋଲ କାଲେ, ଏମ୍‌ସିଏ ସମ୍ପାଦକ ଆଜିଙ୍କ୍ୟ ନାଏକ ଓ ଆପେକ୍ସ କାଉନସିଲ ସଦ୍ୟ ସୁରଜ ଷ୍ଟାଡିୟମକୁ ଆସିଥିଲେ । ସମସ୍ତ ଏକାଠି ବସି ମ୍ୟାଚ ଦେଖିଥିଲେ । ମ୍ୟାଚ ସରିବା ପରେ ହୋଟେଲ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଅମୋଲଙ୍କ ଛାତିରେ ହଠାତ ଯନ୍ତ୍ରଣା ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ । ତେବେ କାଲେ ଲଗାତାର ତିନି ବର୍ଷ ଧରି ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ଦେବସ୍ଥାନ ଟ୍ରଷ୍ଟର ସଦସ୍ୟ ଥିଲେ। ନାଭି ମୁମ୍ବାଇର ଉଲୱେ ଠାରେ ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱରା ମନ୍ଦିର ପାଇଁ ଜମି ଖୋଜିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking