18.1 C
Bhubaneswar
Thursday, November 28, 2024
Homeଓଡିଶାଡିଏନ୍ ଗ୍ରୁପର ଏକାଧିକ କର୍ମଚାରୀଙ୍କୁ ଜେରା

ଡିଏନ୍ ଗ୍ରୁପର ଏକାଧିକ କର୍ମଚାରୀଙ୍କୁ ଜେରା

ଭୁବନେଶ୍ୱର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗ ବୁଧବାର ଠାରୁ ଚଢ଼ଉ ଜାରି ରଖିଛି । ଏହି କ୍ରମରେ ଆୟକର ବିଭାଗର ୭ଟି ଟିମ୍‌ରେ ସାମିଲ ହୋଇଥିବା ଅଧିକାରୀ ଓ କର୍ମଚାରୀ ଶୁକ୍ରବାର ତୃତୀୟ ଦିନରେ ମଧ୍ୟ ଚଢଉ ଜାରି ରଖିଛନ୍ତି । ତେବେ ଖବର ଲେଖାସୁଦ୍ଧା ଆଜି କେତେ ଟଙ୍କା ମିଳିଲା ସେ ନେଇ କିଛି ସୂଚନା ମିଳଳିପାରି ନାହିଁ । ଅନ୍ୟପକ୍ଷରେ ଡିଏନ୍ ଗ୍ରୁପ ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ପଚରାଉଚରା କରାଯାଉଛି । ସଂସ୍ଥାର କିଛି ଡାଇରେକ୍ଟରଙ୍କୁ ଆଇଟି ବିଭାଗ ଡାକି ପଚରାଉଚରା କରିଥିଲା ବେଳେ ଅନ୍ୟ କର୍ମଚାରୀମାନେ ମଧ୍ୟ ସେହିଭଳି ଜେରାର ସମ୍ମୁଖୀନ ହୋଇଛନ୍ତି ।

ସଂସ୍ଥାର ମାଲିକ ଜଗଦୀଶ ପ୍ରସାଦ ନାୟକ ଓ ସହଯୋଗୀଙ୍କ ସମେତ ଅନ୍ୟମାନଙ୍କୁ ଆଇଟି ବିଭାଗର ପଚରାଉଚରା ଜାରି ରହିଛି ବୋଲି ସୂଚନା ମିଳିଛି । ତୃତୀୟ ଦିନରେ ନୟାପଲ୍ଲୀ ମୁଖ୍ୟ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ତୃତୀୟ ଦିନରେ ଜବତ କାଗଜପତ୍ରକୁ ଛାନଭିନ୍ କରାଯାଉଛି । ସଂସ୍ଥାର କିଛି ଅଧିକାରୀଙ୍କୁ ନେଇ ଅଫିସରେ ପଚରାଉଚରା ଚାଲିଛି । ତେବେ ଡିଏନ୍ ଗ୍ରୁପ କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍ । ବର୍ତ୍ତମାନ ସୁଦ୍ଧା ସଂସ୍ଥାର ଭୁବନେଶ୍ୱରର ନୂଆପଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି । ଚଢଉର ପ୍ରଥମ ଦିନରେ ୟୁନିଟ୍‌-୪ ପୋଷ୍ଟାଲ କଲୋନୀରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଥିଲା ।

ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଭର୍ତ୍ତି ଟଙ୍କା ଜବତ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଡିଏନ୍ ଗ୍ରୁପ ବିରୋଧରେ ଆୟକର ଫାଙ୍କି ନେଇ ଅଭିଯୋଗ ଆସିଥିଲା । ବୁଧବାର ସକାଳୁ ୭ଟି ଟିମ୍ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୩ଟି ସ୍ଥାନରେ ଚଢ଼ଉ କରିଥିଲା । ୟୁନିଟ୍‌-୪ରେ ଥିବା ପୋଷ୍ଟାଲ କେଲାନିରେ ରହୁଥିବା ଡିଏନ୍ ଗ୍ରୁପ୍ କମର୍ଚ଼ାରୀ ଚନ୍ଦ୍ରେଶଖର ପଣ୍ଡାଙ୍କର ଘର ଖଟ ତେଳ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଥିଲା । ଏତେଗୁଡ଼ିଏ ଟଙ୍କା ମିଳିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଆଲୋଚନା ଏବଂ ପର୍ଯ୍ୟାଲୋଚନା ସୃଷ୍ଟିହୋଇଛି ।

ଗତକାଲି କର୍ମଚାରୀ ଚନ୍ଦ୍ରଶେଖର ଓ ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାୟକଙ୍କୁ ଆୟକର ଅଧିକାରୀମାନେ ନଗଦ ଟଙ୍କା ସମ୍ପକର୍ରେ ପଚରାଉଚରା କରାଯାଇଥିଲା । ତେବେ ଏତେ ଟଙ୍କା କେଉଁଠୁ ଆସିଲା? କେତେ ଟଙ୍କାର ଟିକସ ଫାଙ୍କିଛନ୍ତି? ସେ ନେଇ ଖୋଳତାଡ଼ ଚାଲିଛି । ୨୦୦୩ ମସିହାରେ ଡିଏନ୍ ଗ୍ରୁପ୍ ଅଫ୍ କମ୍ପାନୀ ଆରମ୍ଭ ହୋଇଥିଲା । ବିଲ୍ଡର୍ସ ଓ କନଷ୍ଟ୍ରକ୍‌ସନ୍ ସଂସ୍ଥାରୁ ଆରମ୍ଭ ହୋଇଥିବା କମ୍ପାନୀର ଏକାଧିକ ସଂସ୍ଥା ରହିଛି । ଏପରିକି ଏକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି । ସେହିପରି ତଦନ୍ତକାରୀ ଟିମ୍ ହାତରେ ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକର୍ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking