ଭୁବନେଶ୍ୱର: ବିଜେଡିକୁ ପୁଣି ଏକ ଧକ୍କା ମିଳିଛି । ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଉସ୍ତଫା ଦେଇଛନ୍ତି । ସେ ଇସ୍ତଫା ପତ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରରେ କାହିଁକି ଦଳ ଛାଡିଲେ ଜଣାଇନଥିବା ବେଳେ ଏଥର କିନ୍ତୁ ତାଙ୍କୁ ଦଳ ଆଉ ଟିକଟ ଦେବ ନାହିଁ ବୋଲି ସେ ଜାଣିସାରିଥିଲେ । ତେଣୁ ହୁଏତ ସେ ଏଥିପାଇଁ ଦଳ ଛାଡି ଥିବା ଅନୁମାନ କରାଯାଉଛି । ତେବେ ସେ ବିଜେପିରେ ଯୋଗଦାନ କରିବ ବୋଲି ଚର୍ଚ୍ଚା ଜୋର ଧରିଛି ।
ସେ ଗତ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ମାଲକାନଗିରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୁଣି ଦଳ ତାଙ୍କୁ ଗତ ୨୦୧୯ରେ ଟିକଟ ଦେଇଥିଲା । କିନ୍ତୁ ସେ ପରାଜୟ ହୋଇଥିଲେ । ବିଜେପି ସହଜରେ ମାଲକାନଗିରି ନିର୍ବାଚନ ମଣ୍ଡଳୀକୁ ହାତେଇ ନେଇଥିଲା । ମୁକୁନ୍ଦ ସୋଡି ପୂର୍ବତନ ମାଲକାନଗିରି ବିଧାୟକ ଏବଂ ବର୍ତ୍ତମାନର ବିଧାୟକ ଅରବିନ୍ଦ ଢାଲିଙ୍କର ବଡ ସମର୍ଥକ ।