17.1 C
Bhubaneswar
Monday, November 25, 2024
Homeଓଡିଶାକଟକରେ ପହଞ୍ଚିଲେ ମିଷ୍ଟର ଆଇପିଏଲ; ଏମଜିଏମ ସ୍କୁଲରେ କୋଲିଲା କ୍ରିକେଟ ଏକାଡେମୀ

କଟକରେ ପହଞ୍ଚିଲେ ମିଷ୍ଟର ଆଇପିଏଲ; ଏମଜିଏମ ସ୍କୁଲରେ କୋଲିଲା କ୍ରିକେଟ ଏକାଡେମୀ

କଟକ: ସିଲଭର ସିଟି କଟକରେ ଖୋଲିଲା ଆଉ ଏକ ନୂତନ କ୍ରିକେଟ ଏକାଡେମୀ । ଆଠଗଡର କପୁରସିଂ ଅଞ୍ଚଳରେ ଏମଜିଏମ ସ୍କୁଲ ଅଫ ସ୍ପୋର୍ଟସ ପକ୍ଷରୁ ଏହି କ୍ରିକେଟ ଏକାଡେମୀକୁ ଶୁଭାରମ୍ଭ କରାଯାଇଛି । ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ସୁରେଶ ରାଇନା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକାଡେମୀକୁ ଉଦଘାଟନ କରିଛନ୍ତି ।

ଏକାଡେମୀର ଶୁଭାରମ୍ଭ କରି ରାଇନା କହିଛନ୍ତି ଯେ, ଏଠାରେ ହାର୍ଡ ଏବଂ ଫ୍ଲାଟ ପିଚ ସହ ଭଲ ଆଉଟ ଫିଲ୍ଡ ରହିଛିା ଏହି ଏକାଡେମୀରେ ଅଭ୍ୟାସ କରିବା ଦ୍ୱାରା ଅନେକ ସୁଯୋଗ ସୃଷ୍ଟି କରିବ ଏବଂ ଅନେକ ଯୁବ ଖେଳାଳି ଓଡିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ପାଇବେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡିଶାର କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ଏବଂ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ରହିଥିଲେ ।

ଅନ୍ୟପଟେ ଏହି ଏମ୍ଜିଏମ୍ ପକ୍ଷରୁ ଆରମ୍ଭ ହୋଇଥିବା ଏକାଡେମୀ ଉଭୟ ଜୁନିୟର ସିନିୟର ଖେଳାଳିମାନଙ୍କ ପାଇଁ ବେଶ ଲାଭ ଦାୟକ ହେବ। ଏହି ପିଚରେ ଯେତେ ଅଧିକରୁ ଅଧିକ ମ୍ୟାଚ ଖେଳାଯିବ ତାହାଦ୍ୱାରା ଖେଳରେ ସୁଧାର ଆସିବା ସହ ଭଲ ପଦର୍ଶନର ଆଶା ରହିବ ବୋଲି କହିଛନ୍ତି ରଣଜୀ ଖେଳାଳି ସୂର‌୍ୟ୍ୟକାନ୍ତ ପ୍ରଧାନ। ତେବେ ଆଗମୀ ଦିନରେ ଓସିଏ ଏହି ଏକାଡେମୀରେ ଉଭୟ ଘରୋଇ ଓ ଜାତୀୟ ସ୍ତରୀୟ ମ୍ୟାଚ କରିବା ନେଇ ଯୋଜନା କରୁଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ।

ଓସିଏର ଭିଜନ ୨୦୨୪ ଅନୁସାରେ, ରାଜ୍ୟର ୨୦ଟି ଜିଲ୍ଲାରେ ଟର୍ଫ ପିଚ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାକି ଜିଲ୍ଲାରେ ଖୁବଶୀଘ୍ର ଏହା ଶେଷ ହେବ । ୩୦ଟି ଜିଲ୍ଲାରେ ମୋଟ ୩୫ଟି କ୍ରିକେଟ ଏକାଡେମୀ ଏକତରଫା ଭାବରେ ଉଦଘାଟନ ହେବା ସହ ଇଚ୍ଚୁକ ଖେଳାଳି ନିଜ ଜିଲ୍ଲାରେ ପ୍ରଶିକ୍ଷଣ ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking