24.1 C
Bhubaneswar
Wednesday, March 11, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ଲିପିକା ସେଠ୍

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ଲିପିକା ସେଠ୍

ଭୁବନେଶ୍ୱର : ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଲିପିକା ସେଠ୍ ଆଜି ଓଡ଼ିଶା ବିଧାନସଭା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ସେପ୍ଟେମ୍ବର ୨୦ ତାରିଖରେ ସେ ଅଷ୍ଟ୍ରେଲିଆ ମହାଦେଶ ର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲିପିକାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ କରିଥିଲେ । ସଫଳତାର ସହ ଅଷ୍ଟ୍ରେଲିଆର ଉଚ୍ଚତ୍ତମ ଶୃଙ୍ଗ ଆରୋହଣ କରି ତୁମେ ନିଜ ପାଇଁ ଓ ସାରା ରାଜ୍ୟ ପାଇଁ ନିଶ୍ଚୟ ସୁନାମ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଥିଲେ। ଆଗାମୀ ଦିନରେ ବିଶ୍ଵର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ତୁମେ ସଫଳତାର ଶୀର୍ଷକୁ ଯାଅ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶିର୍ବାଦ କରି କହିଥଲେ। ସୂଚନାଯୋଗ୍ୟ ଯେ ଲିପିକା ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଡାଲବ୍ ଗାଁ’ର ବାସିନ୍ଦା। ସେ ଭାରତ ବର୍ଷର ଅନେକ ଛୋଟ ବଡ ପର୍ବତ ସମେତ ଆଫ୍ରିକାର ମାଉଣ୍ଟ କିଲିମାଁନଜାରୋ ଏବଂ ଇଉରୋପ ଓ ରୁଷିଆର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍ ସଫଳତାର ସହ ଆରୋହଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking