30.1 C
Bhubaneswar
Monday, October 28, 2024
Homeଓଡିଶାଦୁର୍ଘଟଣାରେ ଅଟୋ ଚାଳକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

କୁକୁଡାଖଣ୍ଡି : ସଦରଥାନା ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ନିକଟରେ ଗତକାଲି ରାତିରେ ଏକ କାର୍ ଓ ଅଟୋ ମଧ୍ୟରେ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣକ ହିଞ୍ଜିଳି ଥାନା ଚୈତନ୍ୟପଡା ଅଞ୍ଚଳର ତ୍ରିନାଥ ଦାସଙ୍କ ପୁତ୍ର ପବନା ଦାସ(୨୦) ବୋଲି ଜଣାପଡିଛି । ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ନ୍ୟାୟ ଦାବିରେ ଆଜି ଚୈତନ୍ୟପଡା ଅଞ୍ଚଳବାସୀଙ୍କ ପକ୍ଷରୁ ଗ୍ରାମ ରାସ୍ତାରେ ରାସ୍ତାରୋକ କରାଯାଇଛି । ଖବର ଲେଖା ହେବା ସୁଦ୍ଧା ରାସ୍ତାରୋକ ଚାଲିଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିବା ଜଣାପଡିଛି । ସୂଚନା ପ୍ରକାରେ ଶୁକ୍ରବାର ରାତିରେ ବ୍ରହ୍ମପୁରରୁ ହିଞ୍ଜିଳି ଯାଉଥିବା  ଏକ ଯାତ୍ରୀ ବାହି ଅଟୋକୁ ହିଞ୍ଜିଳି ଅଭିମୁଖେ ଆସୁଥିବା ଏକ କାର୍ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା । ଫଳରେ ଅଟୋ ଚାଳକ ହିଞ୍ଜିଳିଥାନା ଅନ୍ତର୍ଗତ ଚୈତନ୍ୟପଡା ଗ୍ରାମର ପବନା ଦାସ(୨୦) ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲକୁ ନିଆଯାଇଥିବା ଡାକ୍ତର ପବନାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଦୁର୍ଘଟଣାରେ ପବନାଙ୍କ ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିବା ବଦଳରେ ସୁରକ୍ଷା ଦେଉଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଅଭିଯୁକ୍ତକୁ ଗିରଫ ସହ ମୃତ ପବନାଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ସହ ନ୍ୟାୟ ପ୍ରଦାନ ଦାବି କରିଛନ୍ତି ଅଞ୍ଚଳବାସୀ । ମୃତ ପବନା ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ଅଟୋ ଚଳାଇ ଯାହା କିଛି ରୋଜଗାର କରୁଥିଲେ, ସେଥିରେ ତାଙ୍କ ପରିବାର ଚଳୁଥିଲେ । ବର୍ତ୍ତମାନ ତାଙ୍କ ମୃତ୍ୟୁ ପରିବାର ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ତେଣୁ ତୁରନ୍ତ ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଉତ୍ତ୍ୟକ୍ତ ମହିଳା ଓ ପୁରୁଷ ଦୀର୍ଘ ସମୟ ଧରି ଟାୟାର ଜାଳି ରାସ୍ତାରୋକ କରିଥିଲେ । ହିଞ୍ଜିଳି ଓ ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି । ଖବର ଲେଖା ହେବା ସୁଦ୍ଧା ଆନ୍ଦୋଳନ ଚାଲୁ ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking