36.1 C
Bhubaneswar
Sunday, April 12, 2026
Homeଅପରାଧଜନ୍ମ କଲା ଝିଅ-ପୁଅକୁ ଟାଙ୍ଗିଆରେ ହାଣିଦେଲା ମା'

ଜନ୍ମ କଲା ଝିଅ-ପୁଅକୁ ଟାଙ୍ଗିଆରେ ହାଣିଦେଲା ମା’

ଟାଙ୍ଗରପାଲି: ସଇତାନ ସାଜିଲା ମା, ଜନ୍ମ କଲା ଝିଅ ଏବଂ ପୁଅକୁ ଟାଙ୍ଗିଆରେ ହାଣି ଦେଲା । ଟାଙ୍ଗିଆ ଚୋଟରେ ଝିଅ ଜିଜ୍ଞାସା, ପୁଅ ବିଭାଂଶୁଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିଛି ବିମାନ ବନ୍ଦର ଥାନା ଅଞ୍ଚଳ ଟାଙ୍ଗରପାଲି ଗାଁରେ । ଶନିବାର ବିଲମ୍ବିତ ରାତିରେ ପରିବାରର ସମସ୍ତେ ଶୋଇପଡ଼ିଥିବା ବେଳେ ସ୍ୱାମୀଙ୍କୁ ଉଠାଇବା ପରେ ସ୍ବାମୀ ବାହାରକୁ ପରିଶ୍ରା ପାଇଁ ଯାଇଥିବାବେଳେ ଭିତର ପଟୁ କବାଟ ଦେଇ ଘଟାଇ ଦେଲା ନାରକୀୟ କାଣ୍ଡ । ଦୁଇ ଶିଶୁକୁ ଟାଙ୍ଗିଆରେ ହାଣିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ସ୍ୱାମୀ ପଡ଼ୋଶୀଙ୍କ ସହିତ ମିଶି ଝରକା ଭାଙ୍ଗି ଗୁରୁତର ଆହତ ରଞ୍ଜିତାଙ୍କୁ ପୁଲିସର ଜିମା ଦେଇଥିଲେ । ହେଲେ ଉଭୟ ଶିଶୁଙ୍କ ଜୀବନ ଚାଲି ଯାଇଥିଲା । ଗୁରୁତର ଆହତ ରଞ୍ଜିତାଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିବା ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଉଭୟ ଭାଇ ଭଉଣୀର ଶବକୁ ଶବ ବ୍ୟବଚ୍ଛେଦ ପଠାଇ ଅଧିକ ତଦନ୍ତ କରୁଛି ଏୟାରପୋର୍ଟ ଥାନା ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking