19.1 C
Bhubaneswar
Sunday, November 24, 2024
Homeଅପରାଧ୨ ମାସର ନାତୁଣୀକୁ ହତ୍ୟା କଲା ନିର୍ଦୟୀ ଜେଜେ ମା’

୨ ମାସର ନାତୁଣୀକୁ ହତ୍ୟା କଲା ନିର୍ଦୟୀ ଜେଜେ ମା’

ମୁଜାଫରପୁର : ବିହାରର ମୁଜାଫରପୁର ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଗୋଟେ କୋମଳମତୀ ଶିଶୁ କନ୍ୟାକୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ହତ୍ୟା ପରେ ଶିଶୁ କନ୍ୟା ଟିର ମୃତ ଦେହକୁ ଘର ଠାରୁ ଅଧ କିଲୋମିଟର ଦୂରରେ ଏକ ନିର୍ଜନ ସ୍ଥାନ ରେ ପୋତାଯାଇଛି । ମଙ୍ଗଳବାର ଗତକାଲି ପୋଲିସ ଶିଶୁ ଟିର ମୃତଦେହକୁ ଠାବ କରିଥିଲା । ପୋଲିସର ତଦନ୍ତ ପରେ ଶିଶୁ କନ୍ୟାର ହତ୍ୟାକାରୀ ନିଜ ଜେଜେମା ବୋଲି ଜଣା ପଡିଛି । ନାତି ପାଇବା ଆଶାରେ ନିର୍ଦୟୀ ଜେଜେମା ଶେଷରେ ନିଜର ନିରୀହ ନାତୁଣୀକୁ ମାରି ଦେଇଛି ।

ମୁଜାଫରପୁର ଜିଲ୍ଲାର ହଥୋଡି ଥାନା ଅନ୍ତର୍ଗତ ଅମା ସୋହିଜନ ଗାଁ ର ଅଶୋକ ଓଝା ଙ୍କ ପୁଅ ଧୀରଜ ଓଝାର ବିବାହ କଟରାର ଜଜୁଆର ଗାଁ ରେ ରହୁଥିବା କୋମଲ କୁମାରୀଙ୍କ ସହିତ ହୋଇଥିଲା । ଧୀରଜଙ୍କ ପରିବାର ଲୋକ ଙ୍କ ଇଚ୍ଛା ଥିଲା ଯେ ସେମାନଙ୍କ ଘରେ ପ୍ରଥମେ ପୁଅ ଜନ୍ମ ହେଉ । କିନ୍ତୁ ୨ ମାସ ପୂର୍ବେ କୋମଲ ଗୋଟିଏ ଶିଶୁ କନ୍ୟା କୁ ଜନ୍ମ ଦେଇଥିଲା । ନାତୁଣୀ ହେବା ଯୋଗୁଁ ଶାଶୁଘର ଲୋକ ଅସନ୍ତୁଷ୍ଟ ଥିଲେ । ବୋହୁ କୋମଲଙ୍କୁ ଶାଶୁ ସରୋଜ ଦେବୀ ଏବଂ ଶଶୁର ଅଶୋକ ଓଝା ମାରପିଟ କରିବା ସହ ମାନସିକ ଭାବେ ପ୍ରତାଡିତ କରିଥିଲେ । ଘଟଣାର ୨ ଦିନ ଆଗରୁ ସବୁ ଲୋକ ଘରେ ଉପସ୍ଥିତ ଥିଲେ । ଶିଶୁ କନ୍ୟାର ମା କୋମଲ କ୍ଷୀର ଗରମ କରିବା ପାଇଁ କିଚେନ ଯାଇଥିଲେ । ଏହାର ସୁଯୋଗ ନେଇ ଶିଶୁ କନ୍ୟାର ଜେଜେମା ପିଲାଟିକୁ ନେଇ ଘର ବାହାରକୁ ଚାଲି ଯାଇଥିଲେ ଏବଂ ବାହାରେ ନିଷ୍ପାପ ଶିଶୁ କନ୍ୟାର ଗଳା ଚିପି ମାରି ଦେଇଥିଲେ ।

ଏହା ପରେ ଘର ଠାରୁ ଅଧ କିଲୋମିଟର ଦୂର ରେ ଶବକୁ ପୋତି ଦେଇଥିଲେ । ପିଲା ଟିକୁ ଘରେ ନ ପାଇବାରୁ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ । ପୁରା ଦିନ ଖୋଜିବା ପରେ ମଧ୍ୟ ଶିଶୁର କୌଣସି ପତ୍ତା ମିଳି ନ ଥିଲା । ଶିଶୁର ମା ଏ ସମ୍ପର୍କରେ ନିଜ ବାପ ଘର ଲୋକ ଙ୍କୁ ଜଣାଇଥିଲେ । ଉଭୟ ପରିବାର ମିଶି କରି ଆଖ ପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲେ । କିନ୍ତୁ ପିଲା ଟିର ସନ୍ଧାନ ପାଇ ପାରି ନ ଥିଲେ । ଏହା ପରେ ପରିବାର ଲୋକ ପୋଲିସ ନିକଟକୁ ଯାଇଥିଲେ ଏବଂ ନିଖୋଜ ମାମଲା ରୁଜୁ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଛାନବିନ ଆରମ୍ଭ କରିଥିଲା । ପରିବାର ବର୍ଗଙ୍କ ଉପରେ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା । ପଚରା ଉଚରା କରିବାରୁ ସତ କଥା ଜଣାପଡିଥିଲା । ଶିଶୁ କନ୍ୟାର ମୃତ ଦେହ ୨୪ ଘଣ୍ଟା ପରେ ଏକ ନିର୍ଜନ ଜାଗାରୁ ବରାମଦ ହୋଇଥିଲା । ଏହା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିକଟସ୍ଥ ହସ୍ପିଟାଲ କୁ ପଠାଯାଇଥିଲା । ମୃତଶିଶୁର ମା ଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ଜେଜେମା ସରୋଜ ଦେବୀ ଏବଂ ଜେଜେବାପା ଅଶୋକ ଓଝାଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାରେ ହଥୋଡି ଥାନା ଅଧିକାରୀ ଆଲେକ କୁମାର ଏହି କେସର ଆଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking