26.1 C
Bhubaneswar
Thursday, December 18, 2025
Homeଓଡିଶାଶାଶୁ-ବୋହୂ କଳିରେ ପିଉସୀ ଶାଶୁ ମୃତ

ଶାଶୁ-ବୋହୂ କଳିରେ ପିଉସୀ ଶାଶୁ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦରଥାନା ଉରିଷୋ ଗାଁରେ ଅଘଟଣ । ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ- ଶାଶୂଙ୍କ ମୃତ୍ୟୁର ଅଭିଯୋଗ ଆସଛି । ମୃତକ ହେଉଛନ୍ତି ୫୫ ବର୍ଷାୟା ସବିତା ବିଶ୍ୱାଳ । ଜଗତସିଂହପୁର ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ଓଡିଷୋ ଗାଁର ସ୍ୱର୍ଣ୍ଣଲତା ସ୍ୱାଇଁ ଏବଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଘଟଣାର ସମାଧାନ ପାଇଁ ପିଉସୀ ଶାଶୂ ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ପୁତୁରା ବୋହୂ ଐଶ୍ୱର୍ଯ୍ୟା ରାୟ ପିଉସୀ ଶାଶୂ ସବିତାଙ୍କୁ ଠେଲି ଦେଇଥିଲେ। ତଳେ ପଡି ସେ ବେହୋସ ହେବାରୁ ତାଙ୍କ ପୁଅ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking