31.1 C
Bhubaneswar
Monday, October 21, 2024
Homeଓଡିଶାବିଦ୍ୟୁତ ଆଘାତରେ ଶାଶୁ-ବୋହୂ ମୃତ

ବିଦ୍ୟୁତ ଆଘାତରେ ଶାଶୁ-ବୋହୂ ମୃତ

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ଥାନା ଲିପିଣ୍ଡା ପଞ୍ଚାୟତ ଡାବ୍‌‌ତଇଲା ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବିଦ୍ୟୁତ ଆଘାତରେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ମୃତକ ୨ ଜଣ ମହିଳା ହୋଇଥିବା ବେଳେ ସେମାନେ ସମ୍ପର୍କରେ କାକୀ ଶାଶୁ ଓ ବୋହୂ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନାନୁଯାୟୀ, ବୋହୂ ଜଣଙ୍କ ପାଣି ମଟର ଚଳାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଶାଶୁ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଫଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking