29.1 C
Bhubaneswar
Monday, June 24, 2024
Homeଓଡିଶାପାଣିରେ ବୁଡି ମାଆ,ଝିଅ ମୃତ

ପାଣିରେ ବୁଡି ମାଆ,ଝିଅ ମୃତ

ଉମରକୋଟ : ନବରଙ୍ଗପୁର ମରକୋଟ ବ୍ଲକ ପୂଜାରୀ ଭରଣ୍ଡି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ବୁଡି ମାଆ, ଝିଅ ମୃତ । ଗାଧୋଇବାକୁ ଯାଇ ମା,ଝିଆ ପୋଖରୀରେ ବୁଡିଯାଇଥିବା ସୂଚନା ମିଳିଛି । ମୃତକ ମାନେ ହେଲେ ଗୀତା କଲାର ଓ କରୀଶୀମା କଲାର । ଆଜି ଦିନ ପ୍ରାୟ ୧୦ଟା ସମୟରେ ମା ଝିଅ ପୋଖରୀକୁ ଲୁଗା ସଫା ସଫା କରିବା ସହ ଗାଧେଇବାକୁ ଆସିଥିଲେ। ସୂଚନା ଅନୁସାରେ, ପ୍ରଥମେ ପାଣି ଭିତରେ ଝିଅ ବୁଡ଼ି ଯାଇଥିଲା । ଝିଅକୁ ବଞ୍ଚାଇବାକୁ ଯାଇ ମା ପୋଖରୀ ଭିତରକୁ ପଶି ଯାଇଥିଲା କିନ୍ତୁ ବଞ୍ଚାଇ ଝାଇବାରେ ବିଫଳ ହୋଇଥିଲା । ପରେ ମାର ମୃତ୍ୟୁ ଘଟିଥିଲା । ବର୍ତମାନ ପୋଖରୀ କୂଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking