ନୂଆଦିଲ୍ଲୀ: ମଦର ଡାଏରୀ ଦିଲ୍ଲୀ-ଏନସିଆର ମାର୍କେଟରେ କ୍ଷୀରର ଦାମରେ ୨ ଟଙ୍କା ପ୍ରତି ଲିଟର ବଢାଇବା ପାଇଁ ନିଷ୍ପତ୍ତି ନେଇଛି । ଖର୍ଚ୍ଚ ବଢିବା ଯୋଗୁଁ ଦାମ୍ ବଢାଯାଉଛି । ମଦର ଡାଏରୀ ଚଳିତ ବର୍ଷ ୫ମ ଥର ଦୁଗ୍ଧ ଦାମ୍ ବଢାଇଛି । ଦିଲ୍ଲୀ ଏନସିଆରର ଏହି କମ୍ପାନୀର ଦୁଗ୍ଧର ବଡ ସପ୍ଲାୟର । ଏହି ପ୍ରତିଦିନ ୩୦ ଲକ୍ଷ ଲିଟର ଦୁଗ୍ଧ ସପ୍ଲାଇ କରିଥାଏ । ମଦର ଡାଏରୀ ସମୁଦାୟ କ୍ରିମ ଦୁଗ୍ଧର ଦାମ୍ ୨ ଟଙ୍କା ବଢାଇ ୬୬ ଟଙ୍କା ପ୍ରତି ଲିଟର କରିଦେଇଛି । ଯଦିଓ ଟୋଣ୍ଡ ମିଲ୍କର ଦାମ୍ ୫୧ ଟଙ୍କାରୁ ବୃଦ୍ଧି ପାଇ ୫୩ ପ୍ରତି ଲିଟର କରିଦିଆଯାଇଛି । ଡବଲ ଟୋଣ୍ଡ ଦୁଗ୍ଧର ଦାମ ୪୫ ଟଙ୍କାରୁ ବୃଦ୍ଧି ପାଇ ୪୭ ଟଙ୍କା ପ୍ରତି ଲିଟର କରିଦିଆଯାଇଛି । ମଦର ଡାଏରୀ କହିଛି କି କଞ୍ଚା କ୍ଷୀରର ଦାମରେ ବୃଦ୍ଧିର ଚିନ୍ତା ସାରା ଇଣ୍ଡଷ୍ଟ୍ରୀ ଅନୁଭବ କରୁଛି, ଯାହାକି ଗ୍ରାହକଙ୍କ ଉପରେ ଦାମର ଚାପ ପକାଉଛି । ଚାଷୀଙ୍କୁ ସଠିକ୍ ଦାମର ପୈଠ ଜାରି ରଖିବା ପାଇଁ ଆମେ ପ୍ରତିବଦ୍ଧ । ତେବେ ଦାମ୍ ବଢାଇବା ପାଇଁ କମ୍ପାନୀ ବାଧ୍ୟ ହୋଇଥିବା ଜଣାଇଛି । ତେବେ ଦିଲ୍ଲୀ ଏନସିଆରରେ ୨୭ ଡିସେମ୍ବରରୁ ଏହି ନୂଆ ଦାମ୍ ଲାଗୁ ହେବ । କହିରଖୁଛୁ ଦିଲ୍ଲୀ ଏନସିଆର ମାର୍କେଟରେ ଲିଡିଂ ମିଲ୍କ ସପ୍ଲାୟର ମଧ୍ୟରୁ ଗୋଟିଏ ହେଉଛି ମଦର ଡାଏରୀ । ଏହା ପ୍ରତିଦିନ ୩୦ ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ପ୍ୟାକ୍ ଏବଂ ଭେଣ୍ଡିଂ ମେସିନ୍ ମାଧ୍ୟମେ ବିକ୍ରି କରିଥାଏ ।