26.1 C
Bhubaneswar
Saturday, September 21, 2024
Homeଅପରାଧପ୍ରେମ ପାଇଁ ପିଶାଚିନୀ ପାଲଟିଗଲା ମା’; ୪ ବର୍ଷର ଶିଶୁକୁ ପିଟିପିଟି କଲା ହତ୍ୟା

ପ୍ରେମ ପାଇଁ ପିଶାଚିନୀ ପାଲଟିଗଲା ମା’; ୪ ବର୍ଷର ଶିଶୁକୁ ପିଟିପିଟି କଲା ହତ୍ୟା

କୋଲକାତା: ପ୍ରେମ ପାଇଁ ପିଶାଚିନୀ ପାଲଟିଗଲା ମା’ । ୪ ବର୍ଷର ଛଆକୁ ପିଟିପିଟି କଲା ହତ୍ୟା । ସ୍ୱାମୀଙ୍କ ପରେ ପ୍ରେମିକକୁ ପୁଣି ଥରେ ବିବାହ କରିବାକୁ ମହିଳା ଜଣକ ଏପରି ଅଭାବନୀୟ ଘଟଣା ଘଟାଇଥିବା ଜଣାପଡ଼ିଛି । ନିଜେ ଜନ୍ମ ଦେଇଥିବା ୪ ବର୍ଷର ପୁଅକୁ ହତ୍ୟା କରିଛି ମା’ ।ସୂଚନା ଅନୁଯାୟୀ, ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ଜଣେ ପର ପୁରୁଷକୁ ପ୍ରେମ କରୁଥିଲେ । ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଉଭୟ ବିବାହ କରିବାକୁ ମନସ୍ଥ କରିସାରିଥିଲେ । ହେଲେ ବାଟରେ ସ୍ୱାମୀଙ୍କ ବଦଳରେ କଣ୍ଟା ସାଜିଥିଲା ୪ ବର୍ଷର ପୁଅ । ପ୍ରେମିକ ଜଣକ ପିଲାଟିକୁ ନେବା ପାଇଁ ମନା କରିଦେଇଥିଲା । ଫଳରେ ଉଭୟ ପ୍ରେମିକ ଓ ପିଲାଟିର ମା’ ମିଶି ୪ ବର୍ଷର ଶିଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାଟି ପଶ୍ଚିମବଙ୍ଗ ୨୪ ପ୍ରଗଣାର କୁଲଟାଲି ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । କୁଣ୍ଡାଖାଲି ଗାଁର ଜଣେ ମହିଳା ଏପରି ଏକ ହତ୍ୟା କରିଛନ୍ତି । ଗତ ବର୍ଷ ଠାରୁ ମହିଳା ଜଣକ ଅବଦୁଲ ହୁସେନ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଗତ ମଙ୍ଗଳବାର ଉଭୟ ବିବାହ କରିବାକୁ ମନସ୍ଥ କରିଥିବା ବେଳେ ପିଲାଟିକୁ ନେଇ ସାଙ୍ଗରେ ନେବାକୁ ପ୍ରେମିକ ହୁସେନ ମନା କରିଦେଥିଲା । ଫଳରେ ଉଭୟ ଛୋଟ ପୁଅଟିକୁ ପିଟିପିଟି ହତ୍ୟା କରିଥିଲେ । ପିଲାଟିର ମାମୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଭଣଜା ବାରଣ୍ଡାରେ ଖେଳୁଥିବା ସେ ଦେଖିଥିବା କହିଛନ୍ତି । ତାହା ସହ ସେ ଆହୁରି କହିଛନ୍ତି କି, ମୁଁ କାମରୁ ଫେରିବା ପରେ ମୋ ଭଣଜାର ମୃତ୍ୟୁ ହୋଇଥିବା ଗ୍ରାମବାସୀଙ୍କ ନିକଟରୁ ଶୁଣିଲି । ପିଲାଟିକୁ ପିଟିପିଟି ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking