ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ପଞ୍ଚାୟତ ଅଖରାଦାଣ୍ଡ ଗାଁ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ସମ୍ବଲପୁର ଜିଲ୍ଲା ମହଦା ପଞ୍ଚାୟତ ଗଡ଼ାକୁନା ଗାଁର ପ୍ରଶାନ୍ତ ମୁଣ୍ଡା(୪୦)ଙ୍କ ପରିବାର ନିକଟସ୍ଥ ଅଖରାଦାନ ଗାଁକୁ ଇଟା ଗଢ଼ିବା ପାଇଁ ଯାଇଥିଲେ । ସେଠାରେ ପ୍ରଶାନ୍ତ ତାଙ୍କ ସ୍ତ୍ରୀ ରିନା ମୁଣ୍ଡା ଏବଂ ତା’ର ୧୦ ବର୍ଷର ପୁଅ ସାହିଦଙ୍କୁ ନେଇ ଅସ୍ଥାୟୀ କୁଡ଼ିଆ କରି ରହୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଉକ୍ତ ଅସ୍ଥାୟୀ କୁଡ଼ିଆକୁ ଭାଙ୍ଗିବା ସହ ମା’ ଓ ପୁଅଙ୍କୁ ଦଳିଦେଇଥିଲା । ଫଳରେ ଘଟଣାସ୍ଥଳରେ ମା’ ପୁଅଙ୍କର ମୃତ୍ୟୁ ହୋଇଛି । ଏହାସହ ପ୍ରଶାନ୍ତଙ୍କୁ ମଧ୍ୟ ହାତୀ କଚାଡ଼ି ଦେଇଥିବାବେଳେ ତାଙ୍କର ପଞ୍ଜରା ହାଡ଼ ଭାଙ୍ଗିଯାଇଛି । ତାଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ବନ ବିଭାଗ ଓ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଂଚି ଛାନ୍ଭିନ୍ କରୁଛନ୍ତି ।