27.1 C
Bhubaneswar
Sunday, July 7, 2024
Homeଅପରାଧମା’, ୩ ଝିଅଙ୍କ ସହ ହେଉଥିଲା ଦୁଷ୍କର୍ମ! 

ମା’, ୩ ଝିଅଙ୍କ ସହ ହେଉଥିଲା ଦୁଷ୍କର୍ମ! 

ଭୁୁବନେଶ୍ୱର: ଶୁକ୍ରବାର ସୁନ୍ଦରଗଡ଼ ଜନଗହଳିପୂର୍ଣ୍ଣ ରାସ୍ତା‌ରେ ୨ ନିବସ୍ତ୍ର ମହିଳା ଚାଲିଚାଲି ଯାଉଥିବା ବେଳେ ଇବ୍‌ନଦୀ ସେତୁ ଉପରେ ବିଧାୟିକା କୁସୁମ ଟେଟେ ନିଜ ଉତ୍ତରୀୟ ପିନ୍ଧାଇ ‌ସେମାନଙ୍କୁ ଉଦ୍ଧାର କରିବା ଘଟଣା ସମଗ୍ର ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଛି। ଆଜି ‌ସେମାନଙ୍କ ପରିଚୟ ମିଳିଥିବା ବେଳେ ମହିଳାଙ୍କ ମୁହଁରୁ ତାଙ୍କ ପରିବାର ଉପରେ ଘଟିଥିବା ନିର‌୍ୟାତନାର ଯେଉଁ କାହାଣୀଟି ସାମ୍ନାକୁ ଆସିଛି, ତାହା ଆହୁରି ବର୍ବର ଓ ଲୋମହର୍ଷକ। ଦୁଇ ମହିଳାଙ୍କୁ ଆସ୍ଥା ଗୃହରେ ସମ୍ପାଦିକା ସ୍ନେହଲତା ପଟେଲଙ୍କ ତତ୍ତ୍ବାବଧାନରେ ରଖାଯାଇଛି। ଉଦ୍ଧାର ସମୟରେ ଦୁଇଜଣଙ୍କ ମାନସିକ ଅବସ୍ଥା ଠିକ୍ ନ ଥିଲା। ସେମାନଙ୍କ ମୁହଁରୁ କୌଣସି କଥା ବି ବାହାରୁନଥିଲା। ଗୋଟିଏ ଦିନ ସେମାନଙ୍କୁ ଚିକିତ୍ସା କରାଗଲା ପରେ ଏମାନେ ମୁହଁ ଖୋଲିଛନ୍ତି। ଏହି ଦୁଇଜଣ ସମ୍ପର୍କରେ ହେଉଛନ୍ତି ମା’ ଓ ଝିଅ। ଝିଅ ଜଣକ ପୂରା ଗୁମ୍ ହୋଇ ବସିଥିବା ବେଳେ ମା’ ଆଜି ଅଳ୍ପ କଥା କହୁଛନ୍ତି। ମା’ ଓ ଝିଅ ହେଉଛନ୍ତି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳର। ମହିଳା ସେମାନଙ୍କ ନାମ ବି କହିଛନ୍ତି। ପରିବାରରେ ମା’ ଓ ତିନିଝିଅ। ହେଲେ ତାଙ୍କ ଗାଁର ସୁନୀଲ ନାମକ ଜଣେ ଯୁବକ ସେହି ପରିବାରର ସମସ୍ତ ମହିଳାଙ୍କୁ ନିୟମିତ ଦୁଷ୍କର୍ମ କରୁଥିବା କଥା କହିଛନ୍ତି ଏହି ମହିଳା। ଏହାପରେ ମହିଳା ଜଣକ ଆଉ କୌଣସି କଥା କହିପାରିନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking