ସୁନ୍ଦରଗଡ : ଝାରସୁଗୁଗୁଡା ପୌର କର୍ମଚାରୀଙ୍କୁ ଭିଜିଲାନ୍ସ ପକ୍ଷରୁ ଘନଘନ ଜେରା କରାଯାଇଛି । କୋଭିଡ ସମୟରେ ମଶା ତେଲ ଓ ବ୍ଲିଚିଙ୍ଗ ପାଉଡର କିଣାର ତଦନ୍ତ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଉଛି । ରାଉରକେଲା ଭିଜିଲାନ୍ସ ଏସ୍ପି ନରହରି ନାଏକଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିଛି।ଝାରସୁଗୁଡା ପୌର ପରିଷଦରେ ମଶାତେଲ କିଣା ଦୁର୍ନୀତି ମାମଲାରେ ଭିଜିଲାନ୍ସ ତଦନ୍ତ କରାଯାଉଛି। ଗୁରୁବାର ତଦନ୍ତର ସମ୍ମୁଖୀନ ହେଉଛନ୍ତି ପୌର ପରିଷଦ ଅକାଉଟାଣ୍ଟ ଅଚ୍ୟୁତାନନ୍ଦ ସ୍ୱାଇଁ ଓ ସାନିଟେସନ ଏକ୍ସପର୍ଟ ବିଶ୍ବରଞ୍ଜନ ସାହୁ। ପୂର୍ବତନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି ଓ ଯୋଗାଣକାରୀ ସଂସ୍ଥାର ଆଶୁତୋଷ ଶର୍ମାଙ୍କୁ ମଧ୍ୟ ଜେରା କରାଯାଉଛି।










