20.1 C
Bhubaneswar
Tuesday, November 19, 2024
Homeଓଡିଶାତିତିରିଡି ଗାଁ କଲ୍ଯାଣ ସମିତିରେ ମଶାରୀ ବଣ୍ଟନ

ତିତିରିଡି ଗାଁ କଲ୍ଯାଣ ସମିତିରେ ମଶାରୀ ବଣ୍ଟନ

ଗଂଜାମ : ଜିଲ୍ଲାର ବେଗୁନିଆପଡ଼ା ବ୍ଳକ ଶାକୁଂଡା ପଞ୍ଚାୟତର ତିତିରିଡି ଠାରେ ଶୁକ୍ରବାର  ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାକୁଂଡା ସରପଞ୍ଚ ସନ୍ତୋଷ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମିତି ସଭ୍ୟ କବିରାଜ ନାୟକ, ମହିଳା ସ୍ବାସ୍ଥ୍ୟକର୍ମୀ ସସ୍ମିତା ସୁବୁଦ୍ଧି, ଅଂଗନବାଡି କର୍ମୀ ବିଷ୍ନୁ ପ୍ରିୟା ନାୟକ, ଆଶାକର୍ମୀ ସୂର୍ଯ୍ୟମଣି ମହାନ୍ତି,
ଅଂଗନବାଡି ସହାୟିକା ଝୁନୁଲତା ମହାନ୍ତି, ଓ୍ବାର୍ଡ ସଭ୍ଯା ଗୀତାରାଣୀ ମେହେଣା, ତିତିରିଡି ଗ୍ରାମ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ତିତିରିଡି ଗାଁ କଲ୍ଯାଣ ସମିତି ଅଧିନସ୍ଥ ହିତାଧିକାରୀଙ୍କୁ ୨୧୬ ଟି ମଶାରୀ ବଣ୍ଟନ କରାଯାଇଛି। ମଶାରୀ ବ୍ଯବହାର ଓ ଏହାର ଉପକାରିତା ଦିଗରେ ସଚେତନ କରାଯାଇଥିଲା। ଏଥି ସହିତ ଏହାକୁ କିଭଳି ସାଇତି ରଖାଯିବ ସେ ନେଇ ମଧ୍ୟ ହିତାଧିକାରୀଙ୍କୁ ବୁଝାଇ ଥିଲେ ସ୍ବାସ୍ଥ୍ୟକର୍ମୀ। ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମଶାରୀ ବ୍ଯବହାର ସୁନିଶ୍ଚିତ କରିବା ପାଇଁ ନିବେଦନ କରାଯାଇଛି।
ମଶାବାହୀତ ରୋଗ ଯଥା, ଡେଙ୍ଗୁ ମ୍ଯାଲେରିଆ, ଚିକେନ୍ ଗୁନିଆ, ଫାଇଲେରିଆ ଭଳି ରୋଗର ନିରାକରଣ ପାଇଁ ଦୀର୍ଘସ୍ଥାୟୀ ଔଷଧୀୟ ମଶାରୀ ବଣ୍ଟନ କରାଯିବାକୁ ସରକାର ବ୍ଯବସ୍ଥା କରିଛନ୍ତି। ବ୍ଲକର ସବୁ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକରେ ଏହି ମାସ ଶେଷ ସୁଦ୍ଧା ୮୦ ହଜାର ମଶାରୀ ବଣ୍ଟନ କରାଯିବାର ଲକ୍ଷ୍ୟ ରହିଛି ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୁଜିତ୍ କୁମାର ବେହେରା ପ୍ରତ୍ଯକ୍ଷ ଭାବରେ ପରିଚାଳନା କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking