ଭୁବନେଶ୍ୱର: ବିଜେପି ଟିମକୁ ଛଡାନଯିବାକୁ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଜ ମନ୍ତବ୍ୟ ଗଣମାଧ୍ୟମକୁ ଦେଇଛନ୍ତି । କାହା ନର୍ଦ୍ଦେଶରେ ପୋଲିସ ଏସବୁ କରୁଛି ବୋଲି ପଚାରିଲେ ବିଶ୍ୱେଶ୍ୱର । ମୁଁ ଜଣେ କେନ୍ଦ୍ରମନ୍ତ୍ରୀ ଆଦିବାସୀ ଏବଂ ଏଠାରେ ମୃତାହତ ଲୋକ ମଧ୍ୟ ଆଦିବାସୀ । ହସ୍ପିଟାଲରେ ଚିକିତ୍ସାଧିନ ଆଦିବାସୀପିଲାଟିକୁ ଭେଟିବାକୁ ଯାଉଥିଲେ ।
କାଲିଠାରୁ ପ୍ରଶାସନକୁ କୁହାଯାଇଥିଲେ କିନ୍ତୁ ଆଜି କଣ ପାଇଁ ଅଟାକାଉଛନ୍ତି । ଏସବୁ ଯାହା ହେଉଛି ବ୍ରିଟିଶ ଶାସନ ଠାରୁ ବି ଅଧିକ ଲାଗୁଛି । ଅତି ଦୁର୍ଭାଗ୍ୟଜନକ ଘଟଣା ଆଉ ଏାକୁ ସଂସଦରେ ଉଠାଯିବ ବୋଲି କହିଛନ୍ତି ବିଶ୍ୱେଶ୍ୱର ଟୁଡୁ । ଜିଲ୍ଲା ପ୍ରଶାସନ ମୁଖ୍ୟ ଓ ପୋଲିସ ପ୍ରଶାସନ ମୁଖ୍ୟଙ୍କୁ ସସପେଣ୍ଡ ମଧ୍ୟ କରାଯାଉ । ସସପେଣ୍ଡ କରାନଗଲେ ଯାହା କରିବା କଥା ଆମେ କରିବୁ ।