25.1 C
Bhubaneswar
Monday, October 21, 2024
Homeଓଡିଶାଶ୍ରୀମନ୍ଦିରରେ ୮୦ରୁ ଊର୍ଦ୍ଧ୍ୱ ରୋଷଚୁଲି ଭଙ୍ଗା ଘଟଣା: ସିସିଟିଭି ନଥିବାରୁ ଦୋଷୀଙ୍କୁ ଧରାଯାଇପାରୁନି

ଶ୍ରୀମନ୍ଦିରରେ ୮୦ରୁ ଊର୍ଦ୍ଧ୍ୱ ରୋଷଚୁଲି ଭଙ୍ଗା ଘଟଣା: ସିସିଟିଭି ନଥିବାରୁ ଦୋଷୀଙ୍କୁ ଧରାଯାଇପାରୁନି

ଶ୍ରୀମନ୍ଦିର ୮୦ରୁ ଊର୍ଦ୍ଧ୍ୱ ରୋଷଚୁଲି ଭଙ୍ଗା ମାମଲାରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣା ସମ୍ପର୍କରେ ଥାନାରେ ଏତଲା ଦିଆଯାଇଥିବା ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଗତକାଲି ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସିଙ୍କୁ ପଚାରିବାରୁ ନା ଶ୍ରୀମନ୍ଦିର ପ୍ରଶାସନ ନା ସୁଆର ମହାନିଯୋଗ କାହା ପକ୍ଷରୁ ମଧ୍ୟ ଏତଲା ଦିଆଯାଇନଥିବା କହିଥିଲେ । ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଘନ ଘନ ଗଣମାଧ୍ୟମରେ ଖବର ପ୍ରଚାର ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଏତଲା ଦିଆଯାଇଛି । ଏତଲାରେ ବିଳମ୍ବ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ତୁରନ୍ତ ଏହାର ଖୋଳତାଡ଼ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି ।
ଘଟଣା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ଦୃଢ଼ ଅଭିଯୋଗ କରିଛନ୍ତି, ସବୁ ସ୍ଥାନରେ ସିସିଟିଭି ଲଗା ଯାଇନଥିବାରୁ ଦୋଷୀଙ୍କୁ ଧରିବାକୁ ବିଳମ୍ବ ହେଉଛି । ୨୨ ପାହାଚ ଠାରୁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ସିସିଟିଭି ରହିଥିବା ବେଳେ ରୋଷଶାଳା ପର୍ଯ୍ୟନ୍ତ କ୍ୟାମେରା ଲାଗି ନଥିବାରୁ ଏଭଳି ସ୍ଥିତି ହୋଇଥିବା ମଧ୍ୟ କୁହାଯାଉଛି ।
ଘଟଣାଦିନ ରାତି ସମୟରେ ଡ୍ୟୁଟିରେ ଥିବା ଅଙ୍ଗାରୁଆ ସେବକ, ରୋଷ ଦ୍ୱାରା ସେବକ, ରୋଷ ପାଇକ ଆଦି ସେବକଙ୍କୁ ଡାକି ପଚରାଉଚରା ଜାରି ରହିଛି । ହେଲେ ପ୍ରକୃତ ଘଟଣାର ରହସ୍ୟ ଜଣାପଡ଼ି ନାହିଁ । ସେପଟେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଏହାକୁ ସମାଲୋଚନା କରିଥିବା ବେଳେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ହିଁ ଦାୟୀ ବୋଲି ସେ କହିଛନ୍ତି । ମନ୍ଦିରର ସବୁ ଦାୟିତ୍ୱରେ ପ୍ରଶାସନ କର୍ତ୍ତୃପକ୍ଷ ଥିବା ବେଳେ ଏ ପର୍ଯ୍ୟନ୍ତ ଦୋଷୀ ଧରାନପଡ଼ିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି । ସେପଟେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଘଟଣା ସମ୍ପର୍କରେ ଆଲୋଚନା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking