19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଆମେରିକାରେ ‘ମେଟା’ ବିରୋଧରେ ୪୦ରୁ ଅଧିକ ମାମଲା

ଆମେରିକାରେ ‘ମେଟା’ ବିରୋଧରେ ୪୦ରୁ ଅଧିକ ମାମଲା

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକର ବ୍ୟବହାର ଲାଗି ‘ମାଗଣା ପାସ୍‌’ ବ୍ୟବସ୍ଥା ପ୍ରାୟତଃ ଶେଷ ହୋଇଛି । ଏହି ପ୍ଲାଟଫର୍ମ ଉପରେ ସମଗ୍ର ବିଶ୍ୱରେ କଠୋର ଉତ୍ତରଦାୟିତ୍ୱ ଲାଗୁ ହେବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଆମେରିକାରେ ମେଟା ବିରୋଧରେ ୪୦ରୁ ଅଧିକ ରାଜ୍ୟ କରିଥିବା ମାମଲା ପରିପ୍ରେକ୍ଷୀରେ ଏହା କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ । ସେ କହିଛନ୍ତି, ଏପର୍ଯ୍ୟନ୍ତ ବିଶ୍ୱ ସୋସିଆଲ୍ ମିଡିଆର ଭଲ ଦିଗ ଉପରେ ଧ୍ୟାନ ଦେଇଛି । ବର୍ତ୍ତମାନ ନକାରାତ୍ମକ ଦିଗ ପ୍ରତି ଆମର ଆଖି ଖୋଲିବାର ସମୟ ଆସିଛି । ଆମେରିକାର ଫେଡେରାଲ୍ କୋର୍ଟରେ ହୋଇଥିବା ମକଦ୍ଦମାରେ ମେଟାକୁ ଯୁବ ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

ମେଟା ଏପରି ଏକ ବ୍ୟବସାୟ ମଡେଲ୍ ବ୍ୟବହାର କରୁଛି ଯାହା ଯୁବପିଢ଼ିର ଉପଭୋକ୍ତାଙ୍କୁ ମାତ୍ରାଧିକ ସମୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବିତାଇବାକୁ ଉସକାଉଛି, ଯାହା ଫଳରେ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ବହୁ ଭାବେ କ୍ଷତିଗ୍ରସ୍ତ ହେଉଛି । ଅନୁସନ୍ଧାନରୁ ଜଣାପଡିଛି ଯେ ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ଯୁବକମାନଙ୍କ ଭିତରେ ଉଦାସୀନତା, ଚିନ୍ତାଗ୍ରସ୍ତତା, ନିଦ୍ରାହୀନତା ଆଦି ନକାରାତ୍ମକ ଅଭ୍ୟାସ ସୃଷ୍ଟି କରିବା ସହ ଦେ?ନନ୍ଦିନ ଜୀବନରେ ଶିକ୍ଷାଗ୍ରହଣ ଉପରେ ମଧ୍ୟ ବାଧା ସୃଷ୍ଟି କରୁଛି । ଶ୍ରୀ ଚନ୍ଦ୍ରଶେଖର କହିଛନ୍ତି,ବିଶ୍ୱ ଏହି ପ୍ଲାଟଫର୍ମଗୁଡିକର ବ୍ୟବହାରକୁ ମାଗଣା ରଖିଛି । ବିଶେଷ ଭାବରେ ଆମେରିକା ଏପରି କରିଛି । କିନ୍ତୁ ବର୍ତ୍ତମାନ ଏହା ଉପରେ ପୁର୍ନଚିନ୍ତନ କରିବାର ସମୟ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking