23.1 C
Bhubaneswar
Sunday, February 8, 2026
Homeଓଡିଶାଘରୁ ପୋଛି ନେଲେ ୪ଲକ୍ଷରୁ ଅଧିକ ଟଙ୍କା

ଘରୁ ପୋଛି ନେଲେ ୪ଲକ୍ଷରୁ ଅଧିକ ଟଙ୍କା

ଅନୁଗୁଳ:ତଣ୍ଟିରେ ଛୁରୀ ଲଗାଇ ଲୁଟି ନେଲେ ୪ଲକ୍ଷରୁ ଅଧିକ ଟଙ୍କା ନଗଦ ଟଙ୍କା ଓ ୭ଲକ୍ଷରୁ ଅଧିକ ମୂଲ୍ୟର ସୁନାଗହଣା। ଘଟଣା ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଘଟିଛି। ମଙ୍ଗଳବାର ରାତିରେ ବିଜୟ ଭୁତିଆଙ୍କ ଘରେ ୫ରୁ ଅଧିକ ଦୁବୁର୍ତ ପଶିବା ପରେ ଧମକ ଚମକ ଦେଇ ଲୁଟ କରିଛନ୍ତି।  ସୂଚନା ଅନୁଯାୟୀ ଗତକାଲି ରାତିରେ ବିଜୟ ଭୁତିଆ ତାଙ୍କ ସ୍ତ୍ରୀ ଯୋରନ୍ଦା ମେଳା ଦେଖିବାକୁ ଯାଇଥିବା ବେଳେ ଘରେ ଭାଇବୋହୁ ଓ ତାଙ୍କର ଛୋଟ ଛୁଆ ଥିଲେ। ଦୁବୁର୍ତ୍ତମାନେ ଘରେ ପଶିବା ପରେ  ପ୍ରଥମେ ଘର କବାଟ ଭିତରୁ ବନ୍ଦ କରିଥିଲେ ଓ  ବିଜୟଙ୍କ ଭାଇ ବୋହୂଙ୍କ ମୁହଁରେ ଟେପ୍ ବାନ୍ଧି ତାଙ୍କୁ ମାଡ଼ପିଟ କରିଥିବା ଅଭିଯୋଗ ହୋଇଛି। ବଡ ଧରଣର ଲୁଟ କରି ଦୁବୁର୍ତ ଫେରାର ଥିବାବେଳେ ସେମାନଙ୍କ ଟେର ପାଉନି ପୁଲିସ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking