32.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଜି-୨୦ ପାଇଁ ୩୦୦ରୁ ଅଧିକ ଟ୍ରେନ ସେବା ବ୍ୟାହତ

ଜି-୨୦ ପାଇଁ ୩୦୦ରୁ ଅଧିକ ଟ୍ରେନ ସେବା ବ୍ୟାହତ

ନୂଆଦିଲ୍ଲୀ : ଦିଲ୍ଲୀରେ ଜି-୨୦ ଶୀର୍ଷ ସମ୍ମିଳନୀ ପାଇଁ କାର୍ଯ୍ୟ ଜୋରଦାର ଚାଲିଛି। ଆସନ୍ତା ୯ ଓ ୧୦ ତାରିଖରେ ସମ୍ମିଳନୀ ହେବ। ଏଥିପାଇଁ ରାଜଧାନୀରେ ୩୦୦ରୁ ଅଧିକ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବ। ଉତ୍ତର ରେଳବାଇ ପକ୍ଷରୁ ଏ ନେଇ ଏକ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ସେପ୍ଟେମ୍ବର ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଟ୍ରେନ ହୁଏତ ବାତିଲ ହେବ କିମ୍ବା ଅନ୍ୟ ମାର୍ଗ ଓ ଷ୍ଟେସନ ଦେଇ ଯାତ୍ରା କରିବ। ଅମୃତସର-ନୂଆଦିଲ୍ଲୀ ଏକ୍ସପ୍ରେସ ଠାରୁ ଆରମ୍ଭ କରି କାନପୁର ସେଣ୍ଟ୍ରାଲ-ଆନନ୍ଦ ବିହାର ଟର୍ମିନାଲ ଏକ୍ସପ୍ରେସ ସମେତ ୨୦୭ଟି ଟ୍ରେନ ଚଳାଚଳକୁ ବନ୍ଦ ରଖାଯିବ। ଏଥିସହିତ ୧୫ଟି ଟ୍ରେନର ଟର୍ମିନାଲ ଏବଂ ୬ଟି ଟ୍ରେନର ମାର୍ଗ ବଦଳାଯାଇଛି। ସୂଚନା ଅନୁଯାୟୀ ଯାତ୍ରୀଙ୍କ ସୁବିଧା ପାଇଁ ୭୦ଟି ଟ୍ରେନକୁ ଅଧିକ ଷ୍ଟେସନରେ ରହିବାର ବ୍ୟବସ୍ଥା କରାଯାଇଛି। ଏଥିସହିତ ୩୬ଟି ଟ୍ରେନର ଆରମ୍ଭ ‌ଏବଂ ଶେଷ ରହଣି ଷ୍ଟେସନରେ ପରିବର୍ତ୍ତନ କରାଯାଇଛି। ସମ୍ମିଳନୀ ସମୟରେ ଦିଲ୍ଲୀର କିଷାନ ଗଞ୍ଜ ଷ୍ଟେସନରେ ୩ଟି ଟ୍ରେନ ରହିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking