28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଆଜି ସୁପ୍ରିମକୋର୍ଟରେ ୨୦୦ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି

ଆଜି ସୁପ୍ରିମକୋର୍ଟରେ ୨୦୦ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟଳୟରେ ଆଜି ୨୦୦ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି ହେବ । ଏଥିରେ ନାଗରିକ ସଂଶୋଧନ ଆଇନ ମଧ୍ୟ ରହିଛି । ସମସ୍ତ ଜନସ୍ବାର୍ଥ ମାମଲାର ଶୁଣାଣି ପାଇଁ ମୋଟ ୧୫ଟି ଖଣ୍ଡପୀଠ ବସିବ । ଦେଶର ୪୯ତମ ପ୍ରଧାନ ବିଚାରପତି ୟୁୟୁ ଲଳିତ ଦାୟିତ୍ବ ଗ୍ରହଣ କରିବା ପରେ ସମସ୍ତ ପିଆଇଏଲ ବା ଜନସ୍ବାର୍ଥ ମାମଲାର ଶୁଣାଣି ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ୱେବସାଇଟରେ ଏନେଇ ସୂଚନା ମିଳିବା ପରେ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ପୀଠ ସମକ୍ଷ ଶୁଣାଣିି ପାଇଁ ୨୨୦ଟି ମାମଲାର ଆବେଦନ କରାଯାଇଛି । ଆଜି ଶୁଣାଣି ହେବାକୁ ଥିବା ୨୦୦ରୁ ଅଧିକ ଜନସ୍ବାର୍ଥ ମାମଲା ମଧ୍ୟରୁ ୨୦୫ଟି ପ୍ରଧାନ ବିଚାରପତିଙ୍କ କୋର୍ଟରେ ରହିଛି । ଏଥିରୁ ୧୮୯ଟି ପିଆଇଏଲ ବା ଜନସ୍ବାର୍ଥ ମାମଲା ନାଗରିକତା ସଂଶୋଧନ ଆଇନ କୁ ଚ୍ୟାଲେଞ୍ଜ କରାଯାଇଛି ଯାହାର ଏକା ସଙ୍ଗରେ ଶୁଣାଣି କରାଯିବ । ଶୀର୍ଷ ଅଦାଲତରେ କିଛି ବର୍ଷ ହେବ ରହିଥିଲା ଜନସ୍ବାର୍ଥ ମାମଲାର ଶୁଣାଣି ହେବ । ସେପ୍ଟେମ୍ବର ୫ରୁ ୯ ମଧ୍ୟରେ ସୁପ୍ରିମକୋର୍ଟରେ ମୋଟ ୧୫୨ଟି ପିଆଇଏଲର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା । ଏଥିରୁ ୫୧ଟି ପିଏଆଇଏଲ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଖଣ୍ଡପୀଠ ଅଧୀନରେ ରହିଥିଲା । ସୁପ୍ରିମକୋର୍ଟରେ ଅନେକ ମାମଲା ବିଚାରଧୀନ ଥିବାବେଳେ ଜନସ୍ବାର୍ଥ ମାମଲା ବୃଦ୍ଧି ଚିନ୍ତାର କାରଣ ହୋଇଥିଲା ତେଣୁ ଆଜି ଏକକାଳୀନ ୨୦୦ରୁ ଅଧିକ ଜନସ୍ବାର୍ଥ ମାମଲାରୁ ଶୁଣାଣି କରାଯିବାକୁ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking