19.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍‌ର ଛାଡ଼ିଲେଣି ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ: ୟୁଏନ୍‌

ୟୁକ୍ରେନ୍‌ର ଛାଡ଼ିଲେଣି ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ: ୟୁଏନ୍‌

ଜେନେଭା : ରୁଷ୍ ଆକ୍ରମଣ ପରଠାରୁ ୟୁକ୍ରେନ୍‌ରୁ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପଳାୟନ କରିଥିବା ବେଳେ ଆଉ ୨୦ ଲକ୍ଷ ଲୋକ ଦେଶ ଭିତିରେ ବିସ୍ଥାପିତ ହୋଇଛନ୍ତି ବୋଲି ଜାତିସଂଘ (ୟୁଏନ୍‌) ପକ୍ଷରୁ ଶୁକ୍ରବାର କୁହାଯାଇଛି । ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଆକ୍ରମଣକୁ ‘ସମ୍ବେଦନହୀନ ଯୁଦ୍ଧ’ ଆଖ୍ୟା ଦେବା ସହ ଏହା ଯୋଗୁଁ ୟୁକ୍ରେନ୍‌ରେ ଭୟଙ୍କର ବିସ୍ଥାପନ ସମସ୍ୟା ସୃଷ୍ଟି ହୋଇଛି ବୋଲି ଜାତିସଂଘ ଶରଣାର୍ଥୀ ଏଜେନ୍ସି ମୁଖ୍ୟ ଫିଲିପୋ ଗ୍ରାଣ୍ଡି ଅଭିଯୋଗ କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି, ‘ୟୁକ୍ରେନ୍‌ରୁ ଶରଣାର୍ଥୀଙ୍କ ସଂଖ୍ୟା ଶୁକ୍ରବାର ସୁଦ୍ଧା ୨୫ ଲକ୍ଷରେ ପହଞ୍ଚିଥିବା ବେଳେ ଏହି ସମ୍ବେଦନହୀନ ଯୁଦ୍ଧ ଯୋଗୁଁ ୟୁକ୍ରେନ୍ ମଧ୍ୟରେ ପ୍ରାୟ ୨୦ ଲକ୍ଷ ଲୋକ ଘର ଛାଡ଼ିବାକୁ ବାଧ୍ୟ ହୋଇଥିବା ଆମେ ଆକଳନ କରିଛୁ ।’ ୟୁକ୍ରେନ୍ ଛାଡ଼ିଥିବା ୨୫ ଲକ୍ଷ ଲୋକଙ୍କ ମଧ୍ୟରେ ୧୧,୬୦୦୦ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ ବୋଲି  ଜାତିସଂଘର ଅନ୍ତର୍ଜାତୀୟ ଶରଣାର୍ଥୀ ସଂସ୍ଥାର ମୁଖପାତ୍ର ପଲ୍ ଡିଲନ୍ କହିଛନ୍ତି । ରୁଷ୍ ଆକ୍ରମଣ ପୂର୍ବରୁ କିଏଭ୍‌ରେ ୩୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଏହାର ଅଧାରୁ ଅଧିକ ଲୋକ ପୋଲାଣ୍ଡ ପଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking