23.1 C
Bhubaneswar
Saturday, October 19, 2024
Homeଓଡିଶାହଷ୍ଟେଲ ଖାଦ୍ୟଖାଇ ୧୬ରୁ ଅଧିକ ସ୍କୁଲ ଛାତ୍ରୀ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ହଷ୍ଟେଲ ଖାଦ୍ୟଖାଇ ୧୬ରୁ ଅଧିକ ସ୍କୁଲ ଛାତ୍ରୀ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ମୟୁରଭଞ୍ଜ: ସ୍କୁଲ ହଷ୍ଟେଲର ଖାଦ୍ୟଖାଇ ଗୁରୁତର ହେଲେ ୧୬ରୁ ଅଧିକ ଛାତ୍ରୀ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଏମ.ପି.କେ ବାଳିକା ବିଦ୍ୟାଳୟ ହଷ୍ଟେଲରେ। ସୂଚନା ଅନୁଯାୟୀ, ଦ୍ୱିପହର ଖାଦ୍ୟ ଖାଇବା ପରେ ପ୍ରାୟ ୨୦ ଜଣ ଛାତ୍ରୀ ଝାଡ଼ା-ବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇ ପଡିଥିଲେ। ତେବେ ସେମାନଙ୍କ ମଧ୍ୟରେ ୧୬ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ସେମାନଙ୍କୁ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରିବା ସହ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟରେ ଖବର ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏବେ ପିଡ଼ିତା ଛାତ୍ରୀମାନେ ଚିକିତ୍ସାଧୀନ ରହିଥିବା ବେଳେ ଏଭଳିଏକ ଅପ୍ରତ୍ୟାଶିତ ଘଟଣା କାହିଁକି ଘଟିଲା ଏବଂ ଏହାପଛରେ କଣ ରହିଛି କାରଣ ଆଉ କାହାର ଦାୟିତ୍ବହୀନତା ପାଇଁ ଏତେବଡ ଘଟଣା ଘଟିଛି ତାଉପରେ ବିଭାଗୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଅଭିଯୋଗ ହେଉଛି। ତେଣୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଏଘଟଣାକୁ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking