27.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶଆହତ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ମୋରଡା ବିଧାୟକ

ଆହତ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ମୋରଡା ବିଧାୟକ

ଭୁବନେଶ୍ୱର: ପୁଅର ରୋଜଗାର ଉପରେ ନିର୍ଭର କରି ଚଳୁଥିଲା ପରିବାର। ହେଲେ ବିଧିର ବିଧାନ ଥିଲା ଭିନ୍ନ। ଘାଟି ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ମାତ୍ର ଏବେବି ମଲାପୁଅ ଦେଉଛି ରୋଜଗାର। ମୃତକ ହେଉକି ପୀଡ଼ିତ ପରିବାରକୁ ଏବେବି ଲାଗିଛି ସହାୟତାର ଧାଡ଼ି। ପୂର୍ବରୁ ଯାତ୍ରା ଜଗତର ଚର୍ଚ୍ଚିତ ମହିଳା କଳାକାର ରାଣୀ ପଣ୍ଡା, ଯୁବକଙ୍କ ହୃଦୟର ମହାରାଣୀ ଲିସା ମହାରଣା ଏବଂ ଆଲବମ କୁଇନ ରାନୀ ପ୍ରିୟଦର୍ଶିନୀ ଦେଇଥିଲେ ଆର୍ଥିକ ସହାୟତା। ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ।

ଏବେ ପୀଡ଼ିତ ପରିବାର ନିକଟରେ ପହଞ୍ଚି ଭେଟିଲେ ସ୍ଥାନୀୟ ବିଜେଡି ବିଧାୟକ ରାଜକିଶୋର ଦାସ ଏବଂ ବିଜେଡ଼ି ମହିଳାନେତ୍ରୀ ପ୍ରୀତିନନ୍ଦା କାନୁନଗୋ ଆଉ ଦେଲେ ଆର୍ଥିକ ସହାୟତା। ତେବେ ନିକଟରେ ବାଙ୍ଗିରିପୋଷି ଘାଟିରେ ଘଟିଥିବା ଲୋମ ଟାଙ୍କୁରା ଦୁର୍ଘଟଣାରେ ଧଉଳି ଗଣନାଟ୍ୟ ଟ୍ରକରେ ଥିବା ଶ୍ରମିକଙ୍କ ମଧ୍ୟରୁ ୬ଜଣଙ୍କର ଜୀବନ ଯାଇଥିଲା ବେଳେ ଅନେକ ଆହତ ହୋଇଥିଲେ। ବାଙ୍ଗିରିପୋଷି ଘାଟିରେ ଧଉଳି ଗଣନାଟ୍ୟ ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାରେ ରାସଗୋବିନ୍ଦପୁର ବ୍ଲକ ଛାତନା ପଞ୍ଚାୟତ ଭୁରୁଡୁବଣି ଗ୍ରାମର ଦୁଇଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା ଏବଂ ପାଞ୍ଚଜଣ ଆହତ ହୋଇଥିଲେ। ଆଜି ମୃତକଙ୍କ ପରିବାର ନିକଟରେ ମୋରଡା ବିଧାୟକ ରାଜକିଶୋର ଦାସ ଏବଂ ବିଜେଡି ନାରୀନେତ୍ରୀ ତଥା ଦଳ ପକ୍ଷରୁ ଘୋଷିତ ବିଧାୟକ ପ୍ରାର୍ଥୀନୀ ପ୍ରୀତିନନ୍ଦା କାନୁନଗୋ ପୀଡ଼ିତ ପରିବାର ନିକଟରେ ପହଞ୍ଚି ଦେଇଥିଲେ ଆର୍ଥିକ ସହାୟତା।

ଉଲ୍ଲେଖଯୋଗ୍ୟ ଦୁର୍ଘଟଣାର ପରବର୍ତ୍ତୀ ସମୟରେ ବାରିପଦା ଡାକ୍ତରଖାନାରେ ଉପସ୍ଥିତ ରହି ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଇବା ସହିତ ମୃତବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରାଇବା କାର୍ଯ୍ୟ କରାଇଥିଲେ ସ୍ଥାନୀୟ ବିଧାୟକ ଏବଂ ଏହି ମହିୟସୀ ମହିଳା ବିଜେଡି ନେତ୍ରୀ। ହେଲେ ଆଜି ପୁନର୍ବାର ମୋରଡା ବିଧାୟକ ଶ୍ରୀ ରାଜକିଶୋର ଦାସ, ନାରୀନେତ୍ରୀ ପ୍ରୀତିନନ୍ଦା କାନୁନଗୋ ଭୁରୁଡୁବଣି ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜ୍ଞାପନ କରିଥିଲେ। ଏଥିସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସୁରୁ ମୁର୍ମୁ ଓ ଝାଡେଶ୍ଵେର ମାରାଣ୍ଡି ଙ୍କ ପରିବାରରେ ପହଞ୍ଚି ବିଜୁ ଜନତା ଦଳ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ସେହିପରି ଗୁରୁତର ଆହତ ହୋଇ ଏବେବି କଟକର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଥିବା ଛାକୁ ମାରାଣ୍ଡିଙ୍କ ଚିକିତ୍ସା ନିମନ୍ତେ ୧୫ ହଜାର ଟଙ୍କା ଏବଂ ଅନ୍ୟ ତିନିଜଣ ରଣଜିତ ମାରାଣ୍ଡି, ହରିଶ୍ଚନ୍ଦ୍ର ହାଁସଦା ଓ ରୂପଚାନ୍ଦ ମାରାଣ୍ଡି ଆହତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଓ ସାମାନ୍ୟ ଆହତ ହୋଇଥିବା ଭୀମ ମାରାଣ୍ଡି ଙ୍କୁ ୫ ହଜାର ଟଙ୍କା ନଗଦ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟକୁ ଭୁରୁଡୁବଣି ଗ୍ରାମବାସୀ ଭୁରୀ ଭୂରି ପ୍ରଶଂସା କରିଥିଲେ। ତେବେ ବିଧାୟକଙ୍କ ସହିତ ସ୍ଥାନୀୟ ଯୁବନେତା ମନୋରଞ୍ଜନ ମୁର୍ମୁ,୪୭ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଦଶରଥ ରାମ,୪୭ନମ୍ବର ଜୋନ ବିଜେଡି ସଂଯୋଜକ ଜୟନ୍ତ କୁମାର ବେହେରା, ଯୁବନେତା ଉତ୍ତମ କୁମାର ମହାନ୍ତି, ଆଶିଷ ମହାନ୍ତ, ବିଶ୍ୱରଂଜନ ମହାନ୍ତ, ରୁପାଇ ମୁର୍ମୁ, ମଧୁମିତା ଚୌବେ,୪୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଶ୍ୟାମସୁନ୍ଦର ଡାକୁଆ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଦୁର୍ଘଟଣାରେ ମୃତ ଏବଂ ଆହତ ପରିବାରକୁ ସରକାରଙ୍କ ପକ୍ଷରୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ଦାସ ସୂଚନା ପ୍ରଦାନ କରିଥିଲେ।

ଅନ୍ୟପଟେ ଧଉଳି ଗଣନାଟ୍ୟ ପକ୍ଷରୁ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ଗୋଷ୍ଠୀ ଜୀବନବୀମା କରାଯାଇଥିଲା କି ନା ତାର ଯାଞ୍ଚ କରାଯିବା ଆବଶ୍ୟକ। ଯଦି ବୀମା ହୋଇଥିଲା ତେବେ ତୁରନ୍ତ ମୃତକ ଏବଂ ଆହତ ପରିବାରକୁ ବୀମାଲବ୍ଧ ଅର୍ଥ ଯୋଗାଇ ଦେବାକୁ ଦାବି ହେଉଛି। ମାତ୍ର ଏହାର ବ୍ୟତିକ୍ରମ ହୋଇଥିଲେ ସଂପୃକ୍ତ ଯାତ୍ରାପାର୍ଟି ମାଲିକ ଏବଂ ପରିଚାଳକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking