33.1 C
Bhubaneswar
Saturday, October 5, 2024
Homeଓଡିଶାବିପର୍ଯ୍ୟୟର ମାସ ଅକ୍ଟୋବର: ୪ ମହାବାତ୍ୟାର ତାଣ୍ଡବ

ବିପର୍ଯ୍ୟୟର ମାସ ଅକ୍ଟୋବର: ୪ ମହାବାତ୍ୟାର ତାଣ୍ଡବ

 – ବାକି ମେ’ରେ ୩, ସେପ୍ଟେମ୍ବରରୁ ଡିସେମ୍ବର ଆଉ ୩
ଭୁବନେଶ୍ୱର: ଓଡ଼ିଶା ପାଇଁ ଦୁଃଖ ଅକ୍ଟୋବର । ବିପର୍ଯ୍ୟୟର ମାସ । ଅଧିକାଂଶ ବାତ୍ୟା ଏଇ ଅକ୍ଟୋବରରେ ହିଁ ଓଡ଼ିଶାରେ ତାଣ୍ଡବ ରଚିଛନ୍ତି । ୧୯୯୯ରେ ପ୍ରଳୟଙ୍କରୀ ମହାବାତ୍ୟା ଠାରୁ ଜଓା୍ୱଦ୍ ଯାଏ ୧୦ ବଡ଼ ବାତ୍ୟା ଓଡ଼ିଶା ଦେଖିଥିଲେ ହେଁ ସେଥିରୁ କେବଳ ଅକ୍ଟୋବରରେ ୪ ବାତ୍ୟା ହୋଇଛି । ଏଥିପାଇଁ ବହୁ ଧନ ଜୀବନ ନଷ୍ଟ ହେବା ସାଙ୍ଗକୁ ଧ୍ୱସ୍ତ ବିଧ୍ୱସ୍ତ ହୋଇଛି ରାଜ୍ୟ । ଭୁଶୁଡ଼ି ପଡ଼ିଛି ରାଜ୍ୟର ଆର୍ôଥକ ସ୍ଥିତି । ଏବେ ପୁଣି ଓଡ଼ିିଶାକୁ ଘାରିଛି ବାତ୍ୟାର ଭୟ । ତେଣୁ ଲୋକେ ଭୀତତ୍ରସ୍ତ ହେବା ସ୍ୱାଭାବିକ ।  ୨୯ ଅକ୍ଟୋବର ୧୯୯୯ । ତାଣ୍ଡବ ରଚିଥିଲା ମହାବାତ୍ୟା । ଘଣ୍ଟା ପ୍ରତି ତା’ର ବେଗ ଥିଲା ୩୦୦ କିମିରୁ ଅଧିକ । ଉପକୂଳ ଓଡ଼ିଶାରେ ପ୍ରାୟ ୧୦ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଜଗତସିଂହପୁର ଜିଲ୍ଲା ସବୁଠୁ ଅଧିକ କ୍ଷତି ସହିଥିଲା । ସରକାରୀ ହିସାବରେ ପ୍ରାୟ ୧୦ ହଜାର ଲୋକ ବାତ୍ୟା ଯୋଗୁଁ ପ୍ରାଣ ହରାଇଥିବା କଥା କୁହାଯାଇଥିଲେ ହେଁ ବେସରକାରୀ ହିସାବରେ ଏଇ ସଂଖ୍ୟା ଠାରୁ ଢେର୍ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ପୂର୍ବରୁ ରାଜ୍ୟବାସୀ ଏଭଳି ମହାବାତ୍ୟାର ତାଣ୍ଡବ ଦେଖିନଥିଲା । ପାଣିପାଗ ବିଭାଗ ପାଖରେ ବି ବାତ୍ୟା ପୂର୍ବାନୁମାନ କରିବାକୁ ଅତ୍ୟାଧୂନିକ ଜ୍ଞାନକୌଶଳ ନଥିଲା । ତେଣୁ ବେଶି କ୍ଷୟକ୍ଷତି ହୋଇଥିଲା । ଏହି ବାତ୍ୟା ଅନେକ କିଛି ଶିକ୍ଷା ଦେଇଛି ।

ମହାବାତ୍ୟାର ଠିକ୍ ତେର ବର୍ଷ ପରେ ଆଉ ଏକ ବଡ଼ ସାମୁଦ୍ରିକ ଝଡ଼ ଆସିଲା । ତାର ନାଁ ଥିଲା ଫାଇଲିନ୍ ।  ୧୨ ଅକ୍ଟୋବର ୨୦୧୩ରେ ଏହି ବାତ୍ୟା ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିଥିଲା । ଘଣ୍ଟା ପ୍ରତି ବାତ୍ୟାର ବେଗ ଥିଲା ୧୪୦ କି.ମି । ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥିଲା । ଏଥିଯୋଗୁଁ ମାତ୍ର ୨୩ ଲୋକ ପ୍ରାଣ ହରାଇଥିଲେ ବୋଲି ସରକାରୀ ଭାବେ ଦର୍ଶାଯାଇଥିଲା । ଏହାର ଗୋଟିଏ ବର୍ଷ ପରେ ଅର୍ଥାତ ୧୨ ଅକ୍ଟୋବର ୨୦୧୪ରେ ମାଡ଼ି ଆସିଥିଲା ବାତ୍ୟା ‘ହୁଡୁହୁଡ୍‌’ । ବାତ୍ୟାର ଘଣ୍ଟା ପ୍ରତି ବେଗ ଥିଲା ୧୮୦ କିମି ଉପରେ ଥିଲା । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ବିଶେଷ ଭାବେ ପ୍ରଳୟ ରଚିଥିଲା ବାତ୍ୟା ‘ହୁଡହୁଡ’ । ଅଧିକ ବେଗରେ ପବନ ଓ ଅତି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ୨୨ ଜଣ ଲୋକ ପ୍ରାଣ ହରାଇଥିଲେ ।

ପୁଣି ୧୦ ଅକ୍ଟୋବର ୨୦୧୮ରେ ଓଡ଼ିଶାକୁ ଖିନଭିନ୍ କରିଥିଲା ବାତ୍ୟା ‘ତିତିଲି’ । ଘଣ୍ଟା ପ୍ରତି ବାତ୍ୟାର ବେଗ ଥିଲା ୧୪୦-୧୬୫ କିମି । ଓଡ଼ିଶାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଲୋକେ ବେଶୀ ପ୍ରଭାବିତ ହୋଇଥିଲେ । ପ୍ରବଳ ବର୍ଷା, ପରବର୍ତ୍ତୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ରାଜ୍ୟରେ ମୋଟ୍ ୭୦ ଲୋକଙ୍କର ପ୍ରାଣହାନୀ ଘଟିଥିଲା ।
୧୯୯୯ରେ ପ୍ରଳୟଙ୍କରୀ ମହାବାତ୍ୟା ଠାରୁ ଜଓା୍ୱଦ୍ ଯାଏ ଓଡ଼ିଶାରେ ହୋଇଥିବା ୧୦ ବଡ଼ ବାତ୍ୟା ମଧ୍ୟରୁ କେବଳ ଅକ୍ଟୋବରକୁ ଛାଡ଼ି ମେ’ ମାସରେ ତିନି ବାତ୍ୟା ଏବଂ ସେପ୍ଟେମ୍ବରରୁ ଡିସେମ୍ବର ଆଉ ୩ ବାତ୍ୟା ସଂଘଯିତ ହୋଇ ଓଡ଼ିଶାର ଧନଜୀବନ ନଷ୍ଟ କରିଥିଲା । ମଇ ମାସ ହୋଇଥିବା ବାତ୍ୟାଗୁଡ଼ିକ ହେଉଛି ଫନି,ଅମ୍ଫାନ ଓ ୟାସ୍ । ୩ ମଇ ୨୦୧୯ରେ ଫନି ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ।

ବାତ୍ୟାର ଘଣ୍ଟାପ୍ରତି ବେଗ ୨୦୯ ରୁ ୨୫୧ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ପୁରୀ ଓ କୋଣାର୍କ ମଝିରେ ବାତ୍ୟା ‘ଲ୍ୟାଣ୍ଡଫଲ’ କରି ବ୍ୟାପକ କ୍ଷୟକ୍ଷତି କରିଥିଲା । ରାଜ୍ୟରେ ମୋଟ୍ ୬୪ ଜଣଙ୍କର ଅକାଳ ମୃତ୍ୟୁ ହୋଇଥିଲା । ପ୍ରାୟ ୧୪୦,୦୦୦ ହେକ୍ଟର ଚାଷଜମି ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥିଲା । ପରେ ଅର୍ଥାତ ମେ’ ୨୦୨୦ରେ ଅମ୍ଫାନ ଓ ସେଇ ମେ’ ମାସ ୨୦୨୧ରେ ୟାସ୍ ବାତ୍ୟା ଯୋଗୁଁ ରାଜ୍ୟରେ ପ୍ରଭୂତ କ୍ଷତି ହୋଇଥିଲା । ଅନ୍ୟପକ୍ଷରେ ସେପ୍ଟେମ୍ବରରୁ ଡିସେମ୍ବର ଯେଉଁ ୩ ବାତ୍ୟା ଆସିଥିଲା, ସେଗୁଡ଼ିକ ହେଉଛି ବୁଲ୍‌ବୁଲ୍‌, ଗୁଲାବ୍ ଓ ଜୱାଦ୍ । ୯ ନଭେମ୍ବରରେ ବୁଲବୁଲ୍ ବାତ୍ୟା ଆସିଥିଲା । ପଶ୍ଚିମବଙ୍ଗର ସୁନ୍ଦରବନ ସନ୍ନିକଟରେ ତାହା ଲ୍ୟାଣ୍ଡଫଲ କରିଥିଲେ ହେଁ ଏହାର ସିଧାସଲଖ ପ୍ରଭାବ ବାଲେଶ୍ୱର, ଭଦ୍ରକ ଓ ମୟୂରଞ୍ଜ ଜିଲ୍ଲା ଉପରେ ପଡ଼ିଥିଲା ଏବଂ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୁଣି ୨୬ ସେପ୍ଟେମ୍ବର ୨୦୨୧ରେ ବାତ୍ୟା ଗୁଲାବ୍ ଓ ୫ ଡିସେମ୍ବର ୨୦୨୧ରେ ଜୱାଦ ବି ରାଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ତେଣୁ ରାଜ୍ୟ ସରକାର ବାତ୍ୟା ମୁକାବିଲାରେ ‘ଠ’ ମୃତ୍ୟୁକୁ ଗୁରୁତ୍ୱ ଦେଇ ଅନେକାଂଶରେ ସଫଳ ହୋଇଛନ୍ତି । ସେଥିପାଇଁ ଓଡ଼ିଶା ସରକାର କେବଳ ଭାରତରେ ନୁହେଁ ସଫଳ ବିପର୍ଯ୍ୟୟ ମୁକାବିଲା କରି ବିଶ୍ୱରେ ସୁନାମ ଅର୍ଜିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking