17.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଆଜିଠାରୁ ସଂସଦର ମୌସୁମୀ ଅଧିବେଶନ

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି । ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ବିବୃତି ରଖିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା । ଯଦି ପ୍ରଧାନମନ୍ତ୍ରୀ ବିବୃତି ନ ରଖନ୍ତି, ତେବେ ଆମେ ମୁଲତବୀ ପ୍ରସ୍ତାବ ଆଗତ କରିବୁ ବୋଲି କଂଗ୍ରେସର ଲୋକସଭା ସାଂସଦ ଅଧିର ରଞ୍ଜନ ଚୌଧୁରୀ ବୈଠକରେ କହିଥିବା ଜଣାପଡିଛି । ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ଆସନ୍ତାବର୍ଷ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ଗାଦିଚ୍ୟୁତ କରିବାକୁ ୨୬ଟି ବିରୋଧୀ ଦଳ ଇତିମଧ୍ୟରେ ‘ଇଣ୍ଡିଆ’ ନାମରେ ଏକ ମେଣ୍ଟ ଗଠନ କରିଛନ୍ତି ।

ମୋଦୀ ସରକାର ବର୍ତ୍ତମାନ ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ୍‌) କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚଳାଇଥିବାବେଳେ ବିରୋଧୀ ଦଳଗୁଡିକ ଏହାକୁ ମୌସୁମୀ ଅଧିବେଶନରେ ବିରୋଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ୨୩ ଦିନ ଧରି ଚାଲିବାକୁ ଥିବା ଏହି ମୌସୁମୀ ଅଧିବେଶନରେ ସରକାର ‘ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ୍ ଦିଲ୍ଲୀ’ ସଂଶୋଧନ ସଂକ୍ରାନ୍ତ ଅଧ୍ୟାଦେଶକୁ ବାତିଲ କରିବାକୁ ଏକ ବିଲ୍ ଉପସ୍ଥାପନ କରିବେ ବୋଲି ଜଣାପଡିଛି । ଏହାବ୍ୟତୀତ କ୍ୟାବିନେଟ୍ ମଞ୍ଜୁରୀ ପାଇସାରିଥିବା ‘ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ବିଲ୍‌’ ମଧ୍ୟ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ଯଦିଓ ପୁରୁଣା ସଂସଦ ଭବନରେ ମୌସୁମୀ ଅଧିବେଶନ ଆରମ୍ଭ ହେବ, ତେବେ ପରବର୍ତ୍ତୀ ସମୟରେ ଏହା ନୂଆ ସଂସଦ ଭବନକୁ ସ୍ଥାନାନ୍ତର ହୋଇପାରେ ବୋଲି ଶ୍ରୀ ଜୋଷୀ କହିଛନ୍ତି । ଯଦି ଏହା ସମ୍ଭବ ହୁଏ, ତେବେ ଉଦ୍‌ଘାଟିତ ହୋଇସାରିଥିବା ନୂଆ ସଂସଦ ଭବନରେ ଏହା ପ୍ରଥମ ଅଧିବେଶନ ହେବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking