17.1 C
Bhubaneswar
Tuesday, November 26, 2024
Homeବ୍ରେକୀଙ୍ଗଅର୍ଥ ସାଜିଛି ବାଧକ : ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ଦମ୍ପତି

ଅର୍ଥ ସାଜିଛି ବାଧକ : ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ଦମ୍ପତି

ବରଗଡ : ଉଭୟ ସ୍ୱାମୀ ସ୍ତ୍ରୀ ଦେଖିପାରନ୍ତି ନାହିଁ । ଏପରି ସମୟରେ ସ୍ତ୍ରୀ ଆଠ ମାସର ଗର୍ଭବତୀ । ଅର୍ଥାଭାବ ଯୋଗୁଁ ନିଜ ସ୍ତ୍ରୀର ଠିକ୍ ଭାବରେ ଡାକ୍ତରୀ ପରାମର୍ଶ ମଧ୍ୟ କରିପାରୁନାହାନ୍ତି ସ୍ୱାମୀ । ସରକାରୀ ଓ ବେସରକାରୀ ସହାୟତାକୁ ଅପେକ୍ଷା କରି ଦିନ ଗଡ଼ାଇ ଚାଲିଛନ୍ତି । ଏପରି ଘଟଣା ନଜରକୁ ଆସିଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତର ଡଡଙ୍ଗାପାଲି ଗ୍ରାମରେ ରହୁଥିବା ଦିବ୍ୟାଙ୍ଗ ଦମ୍ପତି ଅଜିତ ଜାଲ ଏବଂ ସୁଷମା ଚାନ୍ଦଙ୍କ କ୍ଷେତ୍ରରେ ।
ଅଜିତ ଶୁଣିପାରନ୍ତି ନାହିିଁ ଦେଖିପାରନ୍ତି ନାହିଁ । ସେହିପରି ତାଙ୍କ ପତ୍ନୀ ସୁଷମା ମଧ୍ୟ ଦେଖିପାରନ୍ତି ନାହିଁ । ଦୁଃଖ କଷ୍ଟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ସଂସାର ଗଡ଼ିଚାଲିଛି । ଏବେ ସୁଷମା ଗର୍ଭବତୀ । ଅର୍ଥାଭାବ ଯୋଗୁଁ ସ୍ୱାମୀ ଅଜିତ ତାଙ୍କର ଠିକ ଭାବରେ ଚିକିତ୍ସା କରିପାରୁ ନାହିଁ । ଅଜିତ ଗୋଟିଏ ପଟେ ଦାରିଦ୍ର‌୍ୟର କଷଟି ପଥରରେ ପେଶି ହେଉଥିବା ବେଳେ ଅନ୍ୟ ପଟେ ସ୍ତ୍ରୀ ସୁଷମାଙ୍କ ଚିକିତ୍ସାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ଅଜିତ ଏବଂ ସୁଷମା ବହୁ ଦୁଃଖ କଷ୍ଟରେ ପେଟକୁ ଦୁଇ ମୁଠା ଦାନା ଯୋଗାଡ଼ କରି ଜୀବନ ବିତାଉଛନ୍ତି । ଗତ ମାର୍ଚ୍ଚ ମାସରେ ଅଜିତ ଏବଂ ସୁଷମା ବିବାହ କରିଥିଲେ । ଆଠ ମାସର ଗର୍ଭବତୀ ସୁଷମାଙ୍କୁ ଗୋଟିଏ ଥର ସେ ଡାକ୍ତରଙ୍କ ପାଖକୁ ଆଣିପାରିଥିଲେ । ଏବେ ଅର୍ଥାଭାବ ଯୋଗୁଁ ଡାକ୍ତରୀ ପରାମର୍ଶ କରିପାରୁ ନାହାନ୍ତି । ସେହିପରି  ଉଭୟେ ଦେଖିପାରୁ ନ ଥିବା ଯୋଗୁଁ କୌଣସିି କାମଧନ୍ଦା ମଧ୍ୟ କରିପାରୁନାହାନ୍ତି । କେବଳ ସରକାରଙ୍କ ତରଫରୁ ଦିଆଯାଉଥିବା ଦିବ୍ୟାଙ୍ଗ ଭତ୍ତା ହିଁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଏକମାତ୍ର ଭରସା ପାଲଟିଛି । ସେଥିରୁ କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାଉଛନ୍ତି । ସରକାରୀସ୍ତରରେ କିମ୍ବା କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ନିଜ ସ୍ତ୍ରୀ ସୁଷମାଙ୍କ ଚିକିତ୍ସା କରିପାରନ୍ତେ ବୋଲି ଅଜିତ କହିଛନ୍ତି ।

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking