28.1 C
Bhubaneswar
Sunday, June 23, 2024
Homeଓଡିଶାମୋହନ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ

ମୋହନ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଘଟିଲା ଅପେକ୍ଷାର ଅନ୍ତ ଆସିଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ମୋହନ ମାଝୀ ହେଉଛନ୍ତି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ସେ ବିଧାନସଭାରେ ଉପସଚେତକ ଥିଲେ । ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି । କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ଉଭୟ ହେବେ ଉପମୁଖ୍ୟମନ୍ତ୍ରୀ । ମୋହନ ମାଝୀ କେନ୍ଦୁଝରରୁ ବିଧାୟକ ହୋଇଛନ୍ତି, ସେ କେନ୍ଦୁଝରରୁ ୪ ଥର ବିଧାୟକ ହୋଇଛନ୍ତି । ପ୍ରଥମେ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଥିଲେ ମୋହନ ମାଝୀ । ଶିଶୁ ମନ୍ଦିର ଗୁରୁଜୀରୁ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସରପଞ୍ଚ ହୋଇଥିଲେ ୫୨ ବର୍ଷୀୟ ମୋହନ । ୨୦୦୦ ମସିହାରେ ପ୍ରଥମ ଥର ବିଧାୟକ ହୋଇଥିଲେ । ପରେ ୨୦୦୪ ଓ ୨୦୧୯ରେ ବିଧାୟକ ହୋଇଥିଲେ । ସେ ଚଳିତ ବିଧାନସଭାରେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଥିଲେ । ସେହିଭଳି ପାଟଣାଗଡରୁ ୬ ଥର ବିଧାୟକ ହୋଇଛନ୍ତି କେଭି ସିଂହଦେଓ ଓ ନିମାପଡାରୁ ପ୍ରଥମ ଥର ବିଧାୟକ ହୋଇଛନ୍ତି ପ୍ରଭାତୀ ପରିଡା । ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି କ୍ରମେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି ବୋଲି ରାଜନାଥ ସିଂ କହିଛନ୍ତି । ଏଥି ସହିତ ଓଡ଼ିଶା ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ି ହୋଇଯାଇଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ସାରା ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ କିଛି ସମୟ ପୂର୍ବରୁ ବିଜେପି ବିଧାୟକ ଦଳର ବୈଠକ ଆରମ୍ଭ ହୋଇଥିଲା । ବିଜୟୀ ବିଧାୟକଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ବୈଠକରେ ଉପସ୍ଥିତ ଥିଲେ । ଆଲୋଚନା ସରିବ ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ମୋହର ମାରିଛନ୍ତି । ଏଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଥିଲା କସରତ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ସାସଂଦ ସଙ୍ଗୀତା ସିଂଦେଓ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ରୁଦ୍ର ପାଣି, ପ୍ରଦୀପ ପାଣିଗ୍ରାହୀ, ବିଧାୟକ ସୁରେଶ ପୂଜାରୀ, କେଭି ସିଂଦେଓ, ଜୟନାରାୟଣ ମିଶ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking