23.1 C
Bhubaneswar
Saturday, October 19, 2024
Homeଓଡିଶାକ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଓଟି ଉଦ୍‌ଘାଟିତ, ଏକା ସାଙ୍ଗରେ ହୋଇପାରିବ ୮ ଜଣଙ୍କର ଅସ୍ତ୍ରୋପଚାର

କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଓଟି ଉଦ୍‌ଘାଟିତ, ଏକା ସାଙ୍ଗରେ ହୋଇପାରିବ ୮ ଜଣଙ୍କର ଅସ୍ତ୍ରୋପଚାର

ଭୁବନେଶ୍ବର : ରାଜ୍ୟର ସ୍ବାସ୍ଥ୍ୟସେବାର ସୃଷ୍ଟି ହେଲା ନୂଆ ଅଧ୍ୟାୟ । ରାଜ୍ୟରେ ପ୍ରଥମ ଭାବେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ମଡ୍ୟୁଲାର ଓଟି। ଆଜି ଏହି ନୂଆ ଅପରେସନର ଟେକ୍ନୋଲଜିର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମଡ୍ୟୁଲାର ଓଟିରେ ରହିଛି ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ। ଏହି ଅତ୍ୟାଧୁନିକ ଓଟିରେ ଏକା ସାଙ୍ଗରେ୮ ଜଣଙ୍କର ଅସ୍ତ୍ରୋପଚାର ହୋଇପାରିବ। ଏହି ଅତ୍ୟାଧୁନିକ ଓଟି ପାଇଁ ଖର୍ଚ୍ଚ ହୋଇଛି ୧୬.୭୬ କୋଟି ଟଙ୍କା । ରାଜ୍ୟ ସରକାର ୧୫.୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିମାନବନ୍ଦର ପ୍ରାଧିକରଣ ଔଦଗୀୟ ସାମାଜିକ କର୍ତ୍ତବ୍ୟ ପାଣ୍ଠି ରୁ ୧.୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

୧ ମହଲା ବିଶିଷ୍ଟ ଘରେ ୮ ଟି ଗୃହ ରହିଛି । ଏଥିମଧ୍ୟରୁ ୫ଟି ଗୃହରେ ଓଟିର ବ୍ୟବସ୍ଥା ରହିଥିବା ବେଳେ ବାକି ଦୁଇଟି ଗୃହରେ ରୋଗୀଙ୍କ ପାଇଁ ଶଯ୍ୟା ରହିଛି । ଏଭଳି ବ୍ୟବସ୍ଥା କରାଯିବାରେ କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ପ୍ରଥମ ହସ୍ପିଟାଲ । ଏହାଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ବିଶେଷ କରି ଅସ୍ଥିଶଲ୍ୟ ଓ ହୃଦରୋଗ ବିଭାଗର ଅସ୍ତ୍ରୋପଚାର ସୁବିଧାରେ ହୋଇପାରିବା ସହ ସାଧାରଣ ରୋଗୀ ଅଧିକରୁ ଅଧିକ ଉପକୃତ ହୋଇପାରିବେ । ଓଟିର ଉଦଘାଟନ ଉତ୍ସବରେ ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍, ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଓ ବିଭିନ୍ନ ବିଭାଗ ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking