18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶରାଜ୍ୟସଭାରେ ଗାନ୍ଧୀ ପରିବାରକୁ ମୋଦୀଙ୍କ ପ୍ରଶ୍ନ; ନେହେରୁ ସାଙ୍ଗିଆ କାହିଁକି ବ୍ୟବହାର କରୁନ ?

ରାଜ୍ୟସଭାରେ ଗାନ୍ଧୀ ପରିବାରକୁ ମୋଦୀଙ୍କ ପ୍ରଶ୍ନ; ନେହେରୁ ସାଙ୍ଗିଆ କାହିଁକି ବ୍ୟବହାର କରୁନ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପୁଣି ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି । ବର୍ତ୍ତମାନ କଂଗ୍ରେସର ମଙ୍ଗ ସମ୍ଭାଳିଥିବା ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ବଂଶଧର । ତେବେ ନେହେରୁଙ୍କ ପ୍ରସଙ୍ଗ ନେଇ ମୋଦୀ ଗୁରୁବାର ରାଜ୍ୟସଭାରେ ଗାନ୍ଧୀ ପରିବାର ଉପରେ ବର୍ଷିଛନ୍ତି ।

ଏନ୍‌ଡିଏ ଅମଳରେ ଯଦି ନେହେରୁଙ୍କୁ କୌଣସି ସ୍ଥାନରେ ଅଣଦେଖା କରାଯାଉଛି, ତାହାହେଲେ ସୋନିଆଙ୍କଠାରୁ ଆରମ୍ଭ କରି ରାହୁଲ ଓ ପ୍ରିୟଙ୍କା ପର୍ଯ୍ୟନ୍ତ ସମସ୍ତେ ମୋଦୀ ସରକାରଙ୍କୁ ସମାଲୋଚନା କରିବାକୁ ପଛାଉନାହାନ୍ତି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଜାଣିଶୁଣି ହେୟଜ୍ଞାନ କରାଯାଉଛି ବୋଲି ସେମାନେ ବାରମ୍ବାର ଅଭିଯୋଗ କରୁଛନ୍ତି । ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ରଖିବା ଅବସରରେ ମୋଦୀ ଏହି ପ୍ରସଙ୍ଗ ଉଠାଇଛନ୍ତି । ନେହେରୁଙ୍କୁ ଯଦି ଏତେ ଭଲ ପାଅ, ତେବେ ତାଙ୍କ ସାଙ୍ଗିଆ କାହିଁକି ବ୍ୟବହାର କରୁନାହଁ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି । ସଂସଦର ବଜେଟ ଅଧିବେଶନରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡିକ ଅଦାନି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି । ବୁଧବାର ଲୋକସଭାରେ ଭାଷର ଦେବାବେଳେ ମୋଦୀ ବିରୋଧୀଙ୍କୁ କଡା ଜବାବ ଦେଇଥିଲେ ।

୨୦୦୪ରୁ ୨୦୧୪ (କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଶାସନ) ସ୍ୱାଧୀନ ଭାରତର ସବୁଠାରୁ କଳଙ୍କିତ ଦଶନ୍ଧି ବୋଲି କହିବା ସହ ମୋଦୀ ୟୁପିଏ ଅମଳରେ ଘଟିଥିବା ସବୁ ଦୁର୍ନୀତି ସମ୍ପର୍କରେ ବଖାଣିଥିଲେ । ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ୫୦ ଥର ସମ୍ବିଧାନର ଧାରା ୩୫୬ (ଷ୍ଟେଟ୍ ଇମରଜେନ୍ସି) ବ୍ୟବହାର କରି ଏକାଧିକ ରାଜ୍ୟରେ ଥିବା ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିଲେ ବୋଲି ମୋଦୀ ଅଭିଯୋଗ କରିଛନ୍ତି । ଶେଷରେ ମୋଦୀ କହିଛନ୍ତି, ପଙ୍କକୁ ଯେତେ ଘାଣ୍ଟିଲେ କ’ଣ ହେବ, ସେଥିରୁ କେବଳ ପଦ୍ମ ହିଁ ଫୁଟି ବାହାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking